)
Vigilance Raid: OAP ଏବଂ MBPY ହିତାଧିକାରୀମାନଙ୍କୁ ବଣ୍ଟନ ପାଇଁ ଆସିଥିବା 21.98 ଲକ୍ଷ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଜଣେ PEO ଏବଂ ଜଣେ GRS ସମେତ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି।
ପୁରୀ ଜିଲ୍ଲା କଣାସ ପଞ୍ଚାୟତ ସମିତିର PEO ଟୁନା ପ୍ରଧାନ ଏବଂ GRS ସାଗର କୁମାର ଦାସ ଉଭୟଙ୍କୁ ବାର୍ଦ୍ଧକ୍ୟ ପେନସନ (OAP) ଏବଂ ମଧୁବାବୁ ପେନସନ ଯୋଜନା (MBPY) ପାଇଁ ଉଦ୍ଦିଷ୍ଟ 21.98 ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗ ଆସିଛି । ଫଳରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ଉଭୟଙ୍କୁ ଗିରଫ କରାଯାଇଛି । ଯାହା 2022-23 ରୁ 2024-25 ଆର୍ଥିକ ବର୍ଷ ମଧ୍ୟରେ OAP ଏବଂ MBPY ହିତାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଇ ନଥିଲା ବୋଲି ସୂଚନା ରହିଛି।
ଟୁନା ପ୍ରଧାନ ଏବଂ ସାଗର କୁମାର ଦାସଙ୍କ ବିରୁଦ୍ଧରେ ପିସି (ସଂଶୋଧନ) ଆଇନ, ୨୦୧୮/୩୧୬(୫)/୬୧(୨) ବିଏନଏସର ଧାରା ୧୩(୨) ସହିତ ପଠିତ ୧୩(୧)(କ) ଅନୁଯାୟୀ ଭୁବନେଶ୍ୱର ଭିଜିଲାନ୍ସ ଥାନା ମାମଲା ନମ୍ବର ୨୦/୨୦୨୫ ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।