)
Vigilance Raid: କୋରାପୁଟ ଜୟପୁର ଟ୍ରେଜେରୀ ଷ୍ଟାଫ୍ର ଜଣେ କର୍ମଚାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ମୃତ ସରକାରୀ କର୍ମଚାରୀଙ୍କ ବିଧବା ପତ୍ନୀଙ୍କ ପେନସନ୍ କରାଇଦେବାକୁ ସେ ଲାଞ୍ଚ ନେଉଥିଲେ।
ଭିଜିଲାନ୍ସ ହାତରେ ଧରାପଡିଥିବା କର୍ମଚାରୀଙ୍କ ନାମ ହରିଶ୍ଚନ୍ଦ୍ର ମହାପାତ୍ର । ସେ ସ୍ୱତନ୍ତ୍ର ଟ୍ରେଜେରୀ କାର୍ଯ୍ୟାଳୟ ଜୟପୁରରେ ପିଅନ ଭାବେ କାର୍ଯ୍ୟ କରନ୍ତି । ସେ ଅଭିଯୋଗକାରୀଙ୍କଠାରୁ ୪୭,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଜଣେ ବିଧବାଙ୍କ ପେନସନ୍ ପ୍ରାପ୍ୟ ୩,୪୮,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ସେ ଲାଞ୍ଚ ଦାବି ମୋଟ ୮୭,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । କିଛି ଦିନ ପୂର୍ବରୁ ପ୍ରଥମ କିସ୍ତି ଭାବରେ ସେ 40,000 ଟଙ୍କା ନେଇଥିଲେ ଏବଂ ବାକି 47,000 ଟଙ୍କା ଦେବାକୁ ଚାପ ପକାଇଥିଲେ । ଯଦି ସେ ତାହା ନ ଦିଅନ୍ତି ତେବେ ସେପ୍ଟେମ୍ବର 2025 ରୁ ତାଙ୍କର ପେନସନ ବନ୍ଦ କରିଦିଆଯିବ ବୋଲି ଧମକ ଦେଇଥିଲେ। ଫଳସ୍ୱରୂପ, ଅଭିଯୋଗକାରୀ ଭିଜିଲାନ୍ସ ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରି ନିଜ ଅଭିଯୋଗ ରଖିଥିଲେ ।
ଓଡ଼ିଶା ଭିଜିଲାନ୍ସ ବିଭାଗର ଏକ ଟିମ୍ ଆଜି ପିଅନଙ୍କ ନିକଟରୁ 47,000 ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଧରିଥିଲେ। ବର୍ତ୍ତମାନ ଶ୍ରୀଯୁକ୍ତ ମହାପାତ୍ରଙ୍କ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି। ଏହି ପରିପ୍ରେକ୍ଷୀରେ, ଫୌଜଦାରୀ ପ୍ରକ୍ରିୟା ସଂହିତା (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ, ଅକ୍ଟୋବର ୨୪, ୨୦୨୫ ରେ ମାମଲା ନଂ ୩୨, କୋରାପୁଟ ଭିଜିଲାନ୍ସ ଥାନାରେ ପଞ୍ଜିକୃତ ହୋଇଛି।