Congress Protest: ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ ଘଟଣାକୁ ନେଇ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ୍। ଏ-ନେଇ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ବିଧାୟକ। ଦେଖନ୍ତୁ ଫଟୋରେ କିଛି ଝଲକ୍...
)
ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ ଘଟଣାକୁ ନେଇ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ୍।
ALSO READ: Gold Rate Today: ପୁଣି ହ୍ରାସ ପାଇଲା ସୁନା ରେଟ୍, ଭୁବନେଶ୍ବରରେ ଭରି ପିଛା ମୂଲ୍ୟ ରହିଛି ଏତିକି ଟଙ୍କା
ALSO READ: ଦିଦି ନମ୍ବର ଓ୍ବାନ୍ ସୁଟିଂ ସେଟ୍ ରୁ ଭାଇରାଲ୍ ହେଲା ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ, ଦେଖନ୍ତୁ
)
ଏନେଇ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ବିଧାୟକ ।
)
ସୋମବାର ରାତିରୁ ରାସ୍ତା ଉପରେ ଶୋଇ ଧାରଣା ଦେଇଛନ୍ତି ।
)
ବିଧାନସଭାରେ ବିରୋଧ କରାଯାଉଥିବାବେଳେ ପୋଲିସ ଜୋର ଜବରଦସ୍ତି ବିଧାୟକଙ୍କୁ ବିଧାନସଭାରୁ ବାହାର କରିଦେଇଛନ୍ତି ବୋଲି କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି ।
)
ମିଳିଥିବା ସୂଚନା ମୁତାବକ, ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା ନେଇ କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରାଯାଇଛି ।
)
ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ ଶାସକ ଦଳର ଅଭିଯୋଗ ପରେ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି ।
)
ତେବେ ଏହି ନିଲମ୍ବନ ତାଲିକାରେ ତାରାବାହିନୀ ପତି ଓ ରମେଶ ଜେନାଙ୍କ ନାଁ ନଥିବା ଜଣାଯାଇଛି ।
)
ସରକାର ବିଧାନସଭା ମର୍ଯ୍ୟାଦା ଭଙ୍ଗ କରିଛନ୍ତି କହିଲେ ଭକ୍ତ ଦାସ। ବିଧାୟକ, କର୍ମୀଙ୍କ ସହ ଧାରଣାସ୍ଥଳରେ ବସିଲେ ପିସିସି ସଭାପତି ଭକ୍ତ ଦାସ।
)
'ବିଧାନସଭାରୁ ଉଠାଇ ଆଣି ରାସ୍ତାରେ ଛାଡ଼ି ଦେବା କ'ଣ ମର୍ଯ୍ୟାଦା। ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି।
)
କଂଗ୍ରେସ ବିଧାୟକଙ୍କ ସହ ଧାରଣାରେ ବସିଲେ ପ୍ରଭାରୀ ଅଜୟ ଲଲୁ। ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କଲେ ଅଜୟ ଲଲୁ। ଆମ ବିଧାୟକ ଆହତ ହୋଇଛନ୍ତି, ରାତିରେ ରାଜରାସ୍ତାରେ ଛାଡ଼ିଦେଲେ। ଏହା ଗଣତନ୍ତ୍ରର ହତ୍ୟା ନୁହେଁ ତ ଆଉ କ'ଣ କହିଛନ୍ତି ଅଜୟ ଲଲୁ। 'ଗଣତନ୍ତ୍ରରେ କ'ଣ ହିଂସାର ସ୍ଥାନ ଅଛି, ଏହା ଲଜ୍ଜାଜନକ'। 'ଆମେ ରାହୁଲ ଗାନ୍ଧିଙ୍କ ସିପାହୀ, ଆଦୌ ଡରିବୁନୁ' ନାରୀ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ଜବାବ ଦେବାକୁ ହେବ ବୋଲି ସେ କହିଛନ୍ତି।
ट्रेन्डिंग फोटोज़