Advertisement
Photo Details/zeeodisha/odisha2758841
photoDetails0hindi

Shocking News: ଗଜପତିରେ ଛାତି ଥରା ଘଟଣା! ବିଷ ପିଇ ଗୋଟିଏ ପରିବାର ନିଶ୍ଚିହ୍ନ, ଦେଖନ୍ତୁ ଏହି ଫଟୋ...

Shocking News: (ପ୍ରେମାନନ୍ଦ ପୁଜାରୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଓଡ଼ିଆ ପାରଳା ସାହିରେ ଘଟିଛି ଏକ ଲୋମଟାଙ୍କୁରା ହୃଦୟ ବିଦାରକ ଘଟଣା। ଗୋଟିଏ ଘରର ବାପା ନିଜର ଦୁଇ ସନ୍ତାନଙ୍କୁ ବିଷ ପିଆଇ ହତ୍ୟା କରିଥିବା ବେଳେ ନିଜେ ମଧ୍ୟ ବିଷପିଇ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ପୁଅ ବିଜୟାନନ୍ଦନ ପାଣିଗ୍ରାହୀ(୮) ଓ ଝିଅ ପ୍ରିୟଦର୍ଶିନୀ ପାଣିଗ୍ରାହୀ (୧୧) ଓ ବାପା ସୁଭାଶିଷ ପାଣିଗ୍ରାହୀ (୪୦) । 

1/5

Shocking News: ଗତକାଲି ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟରେ ପୁଅର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଝିଅର ମୃତ୍ୟୁ ଘଟିଥିଲା ଏବଂ ଗୁରୁତର ଭାବେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ଥିବା ସୁବାସିତ ର ଆଜି ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ସୁବାସିତ ଙ୍କ ସ୍ତ୍ରୀ ଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିଲା। ଯାହା ଫଳରେ ଗୋଟିଏ ପରିବାର ସମସ୍ତ ସଦସ୍ୟ ଏବେ ଆରପାରିରେ। ‌ତେବେ ଏଭଳି ଘଟଣା ଘଟାଇବା ପୂର୍ବରୁ କଣ ଏମିତି ଘଟିଲା ଯେ ଏଭଳି ଚରମ ଓ ଭୁଲ ନିଷ୍ପତ୍ତି ନେଲା ଜଲ୍ଲାଦ ବାପା ,ତାହାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି। 

2/5

ମିଳିଥିବା ସୂଚନା ଅନୁଯାୟୀ ସୁଭାଶିଷ ପାଣିଗ୍ରାହ ବୁଧବାର ମଧ୍ୟାହ୍ନରେ ପୁଅ ଓ ଝିଅଙ୍କୁ ବିଷ ପିଆଇବା ପରେ ନିଜେ ମଧ୍ୟ ଜୀବନ ହାରିବାକୁ ବିଷପିଇ ଦେଇଥିଲେ। ଖବର ପାଇ ତାଙ୍କ ପରିବାର ବର୍ଗ ଓ ସମ୍ପର୍କୀୟ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିରେ ଭର୍ତ୍ତି କରିଥିଲେ।

3/5

ସେଠାରେ ପୁଅ ବିଜୟାନନ୍ଦନଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ପ୍ରିୟଦର୍ଶିନୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ପରେ ସୁଭାଶିଷ (ନାନୁ)ଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ମଧ୍ୟ ଏମ୍‌କେସିଜି ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର କିଛି ଘଣ୍ଟା ପାଇଁ ସ୍ଥିର ଥିବା ଜଣାପଡିଥିଲା। ହେଲେ ଗୁରୁବାର ସକାଳ ୭ଟାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ ନେଇ ଏପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି।

4/5

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୧ ତାରିଖରେ ସୁଭାଶିଷଙ୍କ ପତ୍ନୀ ଶ୍ଵେତମଞ୍ଜରୀ ପାଣିଗ୍ରାହୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା ଅର୍ଥାତ୍ ମାସକ ତଳେ ଯାଇଥୁଲା ମାଁର ଜୀବନ। ବୁଧବାର ପୁଅ-ଝିଅଙ୍କୁ ବିଷ ଦେଇ ନିଜେ ପିଇଦେଇଥିଲେ ବାପା। କାଲି ଯାଇଥିଲା ପୁଅର ଜୀବନ। ଆଜି ଆଖୁ ବୁଜିଦେଲେ ବାପା-ଝିଅ। ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ଏଭଳି ଘଟଣା ଅତି ସମ୍ବେଦନଶୀଳ ହୋଇପଡ଼ିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ବଡ ଘଟଣାର ସତ୍ୟାସତ୍ୟ ବାହର କରିବା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

5/5

 ସ୍ତ୍ରୀ ଶ୍ବେତମଞ୍ଜୁରୀଙ୍କ ମୃତ୍ୟୁକୁ ନେଇ ପୁର୍ବରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ପୁଣି ତିନିଙ୍କ ମୃତ୍ୟୁକୁ ନେଇ ଆଉ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୁପତି ସୂଚନା ଦେଇଛନ୍ତି। ଚାରି ଚାରୋଟି ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ଭାବେ ଜଣା ପଡିନଥିବା ବେଳେ ଜମିବାଡ଼ି ସମ୍ପତ୍ତି ଭାଗବଣ୍ଟାକୁ ପାରିବାରିକ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

;