Odisha News:ଭିନ୍ନ ଭିନ୍ନ ରାଜନୀତିକ ପ୍ରସଙ୍ଗରେ ରାଜ୍ୟ ବିଧାନସଭା ଓ ସଂସଦ ସରଗରମ ହେଉଥିବାବେଳେ ରାଜନେତାମାନଙ୍କ ପାଇଁ ଖୋଲିଛି ବିବାହ ଋତୁ। କିଛି ପରିଚିତ ରାଜନେତା ଏହି ସମୟରେ ନିଜର ପ୍ରଥମ ଜୀବନସାଥି ପାଇଥିବା ବେଳେ ଆଉ କିଛି ପ୍ରତିବଦ୍ଧତାର ଦ୍ୱିତୀୟ ଇନିଂସ୍ ଆଣିବାକୁ ହାତ ଗଣ୍ଠି ପକାଇଛନ୍ତି। ଆଉ କିଛି ଏହି ଉତ୍ସବଗୁଡ଼ିକରେ ଆଶୀର୍ବାଦ ଦେବା ତଥା ଭୋଜି ଖାଇବାରେ ବ୍ୟସ୍ତ। ଆପଣ ଠିକ୍ ଅନୁମାନ କଲେଣି... ସୋସିଆଲ ମିଡିଆରେ ଯେମିତି ଏହି ନେତାମାନଙ୍କ ଫଟୋ ଓ ଭିଡିଓ ଭାଇରାଲ ହେଉଛି ତାହାକୁ ଦେଖିଲେ ଜଣାପଡ଼ୁଛି ବୋଧ ହୁଏ ଏମାନେ ସମସ୍ତ ନିର୍ବାଚନକୁ ହିଁ ଅପେକ୍ଷା କରିଥିଲେ।
)
ଜୁନରେ ନିର୍ବାଚନ ପ୍ରକ୍ରିୟା ସରିଲା, ସରକାର ଗଠନ ହେଲା। କିଛି ଜିତିଲେ ଆଉ କିଛି ହାରିଲେ ମଧ୍ୟ। ଜିତିବା ପରେ କିଛି ନିଜ ଆଦର୍ଶ ତଥା ସହଯୋଗୀ ଦଳକୁ ଫେରିଲେ, ଆଉ କିଛି ଖୋଜିଲେ ନିଜ ପାଇଁ ସାଥିଟିଏ। ଅବଶ୍ୟ ଏହି ତାଲିକାରେ ଯେତିକି ରାଜନେତା ସାମିଲ ହୋଇଛନ୍ତି ସେମାନଙ୍କ ଭିତରୁ କେହି ମହିଳା ନେତ୍ରୀ ନାହାନ୍ତି। ଅର୍ଥାତ୍ ପୁରୁଷ ନେତାଙ୍କ ପାଇଁ ହିଁ ଯୋଗ ଖୋଲିଛି। ପୁଣି ଆଉ ଏକ ବିଶାଷ କଥା ଏହି ପରିପ୍ରେକ୍ଷୀରେ ନଜର କରାଯାଇପାରେ ତାହା ହେଲା ବିବାହ କରିଥିବା କେହିବି ନିଜ ଜୀବନସାଥି ପାଇଁ ରାଜନେତାଙ୍କ ପରିବାର ସହ ସମ୍ପର୍କ ଯୋଡ଼ି ନାହାନ୍ତି। ପୁଣି କେହି ଓଡ଼ିଶାରେ ବିବାହ କରି ନାହାନ୍ତି। କାହିଁକି ତ ସେମାନେ କହିପାରିବେ କିନ୍ତୁ ଆଜି କାଲିର ଫ୍ୟାଶନରେ ପଡ଼ି ଆମ ନେତାଏଁ ନିଜ ଭୋଟର, ନିଜ ଲୋକଙ୍କୁ ଛାଡ଼ି ଡେଷ୍ଟିନେସନ୍ ଓ୍ୱେଡିଂ ପାଇଁ ଅଧିକ ଆଗଭର ହୋଇଛନ୍ତି।
)
ଏହି ଋତୁରେ ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଛନ୍ତି ଅନୁଭବ ମହାନ୍ତି। ପୂର୍ବତନ ସାଂସଦ, ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରୀର ଅନ୍ୟତମ ପ୍ରଭାବଶାଳୀ ଅଭିନେତା ଅନୁଭବଙ୍କ ଏହା ଦ୍ୱିତୀୟ ବିବାହ ବା ବେୈବାହିକ ଜୀବନର ସେକେଣ୍ଡ ଇନିଂସ। ଅନେକ ଦିନ ଧରି ବର୍ଷାଙ୍କ ସହ ତାଙ୍କ ସମ୍ପର୍କ ଆଇନର ଲଢ଼େଇ ଭିତରେ ଘମାଘୋଟ ଚାଲିବା ପରେ ସେ ନିଜର ଆତ୍ମଜୀବନୀ ଲେଖିଥିବା ଜାଗୃତିଙ୍କ ସହ ବିବାହ ବନ୍ଧନରେ ସାମିଲ ହୋଇଛନ୍ତି। ମଧ୍ୟପ୍ରଦେଶର ଏକ ବ୍ରାହ୍ମଣ ପରିବାରର ଝିଅ ଜାଗୃତି ଜଣେ ଟିଭି ସାମ୍ବାଦିକ ଭାବେ କିଛିଦିନ କାର୍ଯ୍ୟ କରିଥିଲେ। ଅନୁଭବଙ୍କ ଜୀବନରେ ସେ ଅନେକ ଦିନ ପୂର୍ବରୁ ପ୍ରବେଶ କରିଥିବା ଚର୍ଚ୍ଚା ହୋଇଛି। ରାଜସ୍ଥାନରେ ତାଙ୍କର ବାହାଘର ଗତକାଲି ସମ୍ପନ୍ନ ହୋଇଛି।
)
ସେହିପରି ଆଜି ଆଉ ଜଣେ ରାଜନେତାଙ୍କ ବାହାଘର ହେବ। ସେ କଂଗ୍ରେସରୁ ବିଜେଡିକୁ ନିର୍ବାଚନ ପୂର୍ବରୁ ଆସିଥିଲେ। ନିର୍ବାଚନରେ ପରାଜିତ ହୋଇଥିବା ଏହି ରାଜନେତା ହେଲେ ନବରଙ୍ଗପୁରର ପ୍ରଦୀପ ମାଝି। ସେ ପୂର୍ବତନ ମନ୍ତ୍ରୀ ଭଗବାନ ମାଝିଙ୍କ ପୁଅ। ଜଣେ ସ୍ପଷ୍ଟ, ସରଳ ବ୍ୟକ୍ତିତ୍ୱ। ରାଜନୀତିକ ପରିବାରରୁ ଆସିଥିବା ପ୍ରଦୀପ ବିଗତ ଦିନମାନଙ୍କରେ ନିଜର କ୍ୟାରିୟରକୁ ନେଇ ଏତେ ମଜ୍ଜିଥିଲେ ଯେ ବାହା ହେବା ଲାଗି ସମୟ ପାଇ ନଥିଲେ। ଏବେ ତାଙ୍କୁ ପାଖାପାଖି ୫୦ ବର୍ଷ। ଯାହାଙ୍କୁ ବାହା ହେବେ ସେ ବି ଜଣେ ପୂର୍ବତନ ଟେଲିଭିଜନ ସାମ୍ବିଦିକା। ଓଡ଼ିଶାରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ସୁଶ୍ରୀ ସଙ୍ଗୀତା ସାହୁ। ସାମ୍ବାଦିକତା ଦୁନିଆ ଛାଡ଼ି ସୁଶ୍ରୀ ଜିମ୍ ଚଳାଉଥିଲେ ଆଉ ସେତେବେଳେ ପ୍ରଦୀପ ତାଙ୍କ ପାଖକୁ ଟ୍ରେନିଂ ପାଇଁ ଆସୁଥିଲେ। ସେଇଠୁ ପ୍ରେମ ଓ ଆଜି ବିବାହ। ସୁଶ୍ରୀ ବି କୌଣସି ରାଜନୀତିକ ପରିବାରରୁ ଆସି ନାହାନ୍ତି। ତାଙ୍କ ବାହାଘର ଗୋଆରେ ହେବ। ।
)
ଆଉ ଜଣେ ନବାଗତ ରାଜନେତା ହେଉଛନ୍ତି ମନ୍ମଥ ରାଉତରାୟ। ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟଙ୍କ ସାନ ପୁଅ। ଏହା ତାଙ୍କର ଦ୍ୱିତୀୟ ବିବାହ। ସୁଚିସ୍ମିତା ମହାପାତ୍ରଙ୍କ ସହ ତାଙ୍କର ପ୍ରଥମ ବିବାହ ହୋଇଥିଲା। କିନ୍ତୁ କୌଣସି କାରଣରୁ ତାହା ବିଚ୍ଛେଦ ହୋଇଥିଲା। ଭୁବନେଶ୍ୱରର ଚନ୍ଦକା ରିସର୍ଟରେ ତାଙ୍କର ଦ୍ୱିତୀୟ ବିବାହ ହୋଇଛି। ଏଥର କନିଆ ହେଉଛନ୍ତି ରୋଜାଲିନ ପଟ୍ଟନାୟକ। ସେ ଭୁବନେଶ୍ୱରର ଝିଅ କିନ୍ତୁ ମହାରାଷ୍ଟ୍ରରେ ଜଣେ ବ୍ୟାଙ୍କର ଭାବେ କାର୍ଯ୍ୟରତ। କେବଳ ପରିବାରର କିଛି ଲୋକଘଙ୍କ ଭିତରେ ତାଙ୍କ ବିବାହ ହୋଇଥିଲା। ପରେ ତାଙ୍କର ରାଜନୀତିକ ଗୁରୁ ଭିକେ ପାଣ୍ଡିଆନ୍ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ଘରକୁ ଯାଇଥିବାର ଫଟୋ ଘୂରି ବୁଲିଛି।
)
ଚତୁର୍ଥ ଆଉ ସବୁଠାରୁ ଚର୍ଚ୍ଚିତ ଥିଲା ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ବିବାହ। ୪୬ ବର୍ଷୀୟ ସାରଦା ବିଧାନସଭାରେ ଜଣେ ସ୍ୱାଧୀନ ବିଧାୟକ। କିନ୍ତୁ ବିଜେପି ସହ ତାଙ୍କର ସମ୍ପର୍କ ଭଲ। ସେ କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ଗାଁର ରମେଶ ଚନ୍ଦ୍ର ବଳଙ୍କ ଝିଅ ସିପ୍ରା ପ୍ରିୟଦର୍ଶିନୀଙ୍କୁ ବିବାହ କରିଛନ୍ତି। ସେ ବି ଜଣେ ବ୍ୟାଙ୍କର। ଜଗତପୁର ଶାଖା ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି। ରାଜସ୍ଥାନରେ ସେମାନଙ୍କ ବିବାହ ଗତ ୨ ତାରିଖରେ ଅନୁଷ୍ଠିତ ହୋଇଛି। ସିପ୍ରା ମଧ୍ୟ ରାଜନୀତିକ ପରିବାରର ନୁହନ୍ତି।
ट्रेन्डिंग फोटोज़