ପ୍ରଖର ରାଷ୍ଟ୍ରପ୍ରେମୀ ଓ ଗୋସେବକ ତଥା ସୋସିଆଲ୍ ମିଡିଆର ଆଗଧାଡିର ଚେହେରା ସନାତନ ସେଠିଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।
ଏକ ସମ୍ମୀଳନୀରେ ଯୋଗ ଦେବା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ସନାତନ ।
1/9ସନାତନ ସେଠିଙ୍କ ଅକାଳ ବିୟୋଗକୁ ଏତେ ସହଜରେ କେହି ବିଶ୍ୱାସ କରିପାରୁନାହାନ୍ତି
2/9ଗୋହତ୍ୟା ଏବଂ ଗୋସଂରକ୍ଷଣ ବିଲ 2024 ପାରିତ ଲାଗି ହେଉଥିବା ବିଶାଳ ପଦଯାତ୍ରା ଶ୍ରୀକ୍ଷେତ୍ର ସୁରଭି ମହାସମାବେଶରେ ସନାତନଙ୍କ ଶରୀର ହଠାତ୍ ଅସୁସ୍ଥ ହେଇପଡ଼ିଥିଲେ ।
3/9ପୁରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା ଏବଂ ଚିକିତ୍ସା ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।
4/9ପରେ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା
5/9କିନ୍ତୁ ଚିକିତ୍ସା ସମୟରେ ହିଁ ସନାତନଙ୍କ ମୃତ୍ୟୁ ହୋଇଛି ।
6/9ଆପଣଙ୍କୁ କହିରଖୁଛୁ ଯେ, କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀ ପରମହଂସ ଗ୍ରାମ ପଞ୍ଚାୟତରେ ସନାତନଙ୍କ ଘର ।
7/9ସେ ଭାରତୀୟ ଜନତା ପାର୍ଟିର ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ ।
8/9ହଠାତ୍ ସନାତନଙ୍କ ମୃତ୍ୟୁ କାହିଁକି ହେଲା ସେନେଇ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ପ୍ରଶଂସକ କହିଛନ୍ତି ।
9/9ସନାତନଙ୍କ ବିୟୋଗରେ ଅନେକ ସୋସିଆଲ୍ ମିଡ଼ିଆ ଇନଫ୍ଲୁନସର ଗଭୀର ଶୋକବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି ।