ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଆମ୍ୱୁଲାନ୍ସ, ନିକଟସ୍ଥ ପୋଲିସ ଏବଂ ଦମକଳ କେନ୍ଦ୍ରକୁ କଲ୍ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ ।
Trending Photos
)
Accident News: ଦିଗପହଣ୍ଡିରୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି, ଘାଟିରେ ପିକଅପ ଭ୍ୟାନ ଓଲଟି ପଡିବାରୁ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ପିକଅପ୍ ଭ୍ୟାନରେ ଥିବା ଯାତ୍ରୀମାନେ ମାଆ ବାଙ୍କେଶ୍ୱରୀଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ । ବାଙ୍କେଶ୍ୱରୀ ଘାଟିରେ କୌଣସି କାରଣରୁ ଭାରସ୍ୟାମ ହରାଇ ପିକଅପ୍ ଭ୍ୟାନଟି ଦୁ୍ର୍ଘଟଣାଗସ୍ତ ହୋଇଥିଲା ।
ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଆମ୍ୱୁଲାନ୍ସ, ନିକଟସ୍ଥ ପୋଲିସ ଏବଂ ଦମକଳ କେନ୍ଦ୍ରକୁ କଲ୍ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ । ଏଥିସହ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁମାନଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତର ରହିଛି ସେମାନଙ୍କୁ ବଡ୍ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇପାରେ ବୋଲି କହିଛନ୍ତି ଜଣେ ପ୍ରଶାସନିକ ଅଧିକାରୀ । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ପିକଅପ୍ ଭ୍ୟାନଟିକୁ ଜବତ କରାଯିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ୍ । କେଉଁ ପରିସ୍ଥିତିରେ ଏଭଳି ଏକ ଦୁର୍ଘଟଣା ଘଟିଲା ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି । ଦୁର୍ଘଟଣା ଖବର ପାଇବା ପରେ ଆହତଙ୍କ ସମ୍ପର୍କୀୟମାନେ ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି । ଦୁର୍ଘଟଣାରେ ମୋଟ ୧୫ ଜଣ ଲୋକ ଆହତ ହୋଇଛନ୍ତି ।
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ବାଙ୍କେଶ୍ୱରୀ ଘାଟି ଏକ ବିପଦଶଙ୍କୁଳ ଘାଟି ବୋଲି ସ୍ଥାନୀୟ ଲୋକେ ବିବେଚନା କରିଛନ୍ତି । ଏହି ରାସ୍ତାରେ ଅନେକ ସମୟରେ ବାରମ୍ୱାର ଦୁର୍ଘଟଣା ଘଟିବାର ଚିତ୍ର ସାମ୍ନାକୁ ଆସୁଛି । ୨୦୨୪ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ମଧ୍ୟ ସମାନ ପ୍ରକାରର ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ଯେଉଁଥିରେ ଏକ ପିକଅପ ଭ୍ୟାନ୍ ଓଲଟି ପଡିବା କାରଣରୁ ପ୍ରାୟ ୨୦ରୁ ଅଧିକ ଜଣ ଯାତ୍ରୀ ଆହାତ ହୋଇଥିଲେ । ସେମାନେ ମଧ୍ୟ ମାଆ ବାଙ୍କେଶ୍ୱରୀଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଜଣେ ୧୦ ବର୍ଷର ପିଲା ଉକ୍ତ ଘଟଣାରେ ଅଧିକ ଗୁରୁତର ହୋଇପଡିଥିଲେ । ଉକ୍ତ ଯାତ୍ରୀମାନେ ସୁରଙ୍ଗି ନିକଟସ୍ଥ ତୁରୁବୁଡି ଗାଁରୁ ଯାଇଥିଲେ ମାଆ ବାଙ୍କେଶ୍ୱରୀଙ୍କ ଦର୍ଶନ ପାଇଁ । ସନ୍ଧ୍ୟା ସମୟରେ ଫେରିବାବେଳେ ଘାଟିରୁ ଭାରସ୍ୟାମ ହରାଇ ପିକଅପ ଭ୍ୟାନଟି ରାସ୍ତା ତଳକୁ ଖସିପଡିଥିଲା ।
ବାରମ୍ୱାର ଏପରି ଦୁର୍ଘଟଣା ଖବର ଆସିବା ଫଳରେ ସ୍ଥାନୀୟ ବାସିନ୍ଦା ସଡକ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି । ଦୁର୍ଘଟଣାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି । ଘାଟି ଅଞ୍ଚଳରେ ଗାଡି ଚଳାଚଳ ସମୟରେ ଚାଳକମାନେ ଅତ୍ୟନ୍ତ ସତର୍କ ରହିବା ଜରୁରୀ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଅନେକ ସମୟରେ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କାରଣରୁ ମଧ୍ୟ ଦୁର୍ଘଟଣା ଘଟୁଛି ବୋଲି କୁହାଯାଉଛି ।