Odisha News: +୩ ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର। +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି। ଛାତ୍ରଙ୍କୁ ୯ ହଜାର ଟଙ୍କା ଛାତ୍ରବୃତ୍ତି ମିଳିବାକୁ ଥିବା ବେଳେ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଛାତ୍ରବୃତ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଜଣାଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ(VK Pandian) । ଆସନ୍ତା ୨୦ ରୁ ୨୫ ତାରିଖ ମଧ୍ୟରେ ସ୍କଲାରସିପ୍ ମିଳିବା ନେଇ ସୂଚନା ଦେଇଚନ୍ତି ପାଣ୍ଡିଆନ। କଲେଜର ୯୫% +୩ ଛାତ୍ରଛାତ୍ରୀଙ୍କୁ ନୂଆ-ଓ(Nua Odisha) ଛାତ୍ରବୃତ୍ତି ମିଳିବ।
ଏହି ଯୋଜନାରେ ପାଖାପାଖି ୩୫ ହଜାର ପିଜି ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବେ। ପ୍ରତିବର୍ଷ ଏହି ଛାତ୍ରବୃତ୍ତି ଛାତ୍ରଛାତ୍ରୀ ମିଳିବ।ସରକାରୀ କର୍ମଚାରୀ ଓ ଆୟକର ଭରୁଥିବା ଅଭିଭାବକଙ୍କ ପିଲାମାନେ ଏହି ଛାତ୍ରବୃତ୍ତିରେ ସାମିଲ୍ ହୋଇପାରିବେ ନାହିଁ। ସମସ୍ତ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ସାରା ଭାରତବର୍ଷରେ ଓଡ଼ିଶା ପ୍ରଥମ ରାଜ୍ୟ ଅଟେ। ନୂଆ-ଓ କାର୍ଯ୍ୟକ୍ରମ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ(Corpus Fund) ରଖିଛନ୍ତି । ତେଣୁ କଲେଜରେ ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେଲେ କିଛି ପଏଣ୍ଟ ପାଇବେ ଛାତ୍ରଛାତ୍ରୀ ।
ଅଧିକ ପଏଣ୍ଟ ପାଇଲେ ଅଧିକ ଟଙ୍କା ପାଇପାରିବେ ଛାତ୍ରଛାତ୍ରୀ ।ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଲେ ଭି.କେ ପାଣ୍ଡିଆନ। ସେହିପରି ଆସନ୍ତା ଅଗଷ୍ଟ ୧୫ରୁ ମିଳିବ ନୂଆ-ଓ ମ୍ୟାଜିକ୍ କାର୍ଡ । ଛାତ୍ରଛାତ୍ରୀଙ୍କ ଲାଗି ନୂଆ-ଓ ମ୍ୟାଜିକ୍ କାର୍ଡ । କାର୍ଡ ଜରିଆରେ ରିହାତି ଦରରେ ଯାତ୍ରା ସୁବିଧା ମିଳିବ। ବସ, ଫ୍ଲାଇଟ, ଟ୍ରେନରେ ରିହାତି ଯାତ୍ରା ସୁବିଧା ପ୍ରଦାନ କରାଯିବ। କାର୍ଡରେ ୱାଇ-ଫାଇ ସୁବିଧା ମାଗଣା ମିଳିବ