Advertisement
Article Detail0/zeeodisha/odisha2934469
Zee OdishaOdisha StatePm Modi Odisha Visit: ୨୭ରେ ବ୍ରହ୍ମପୁର ନୁହେଁ,ଏହି ଜିଲ୍ଲାକୁ ଆସିବେ ମୋଦୀ

Pm Modi Odisha Visit: ୨୭ରେ ବ୍ରହ୍ମପୁର ନୁହେଁ,ଏହି ଜିଲ୍ଲାକୁ ଆସିବେ ମୋଦୀ

Pm Modi Odisha Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖ ଦିନ  ଝାରସୁଗୁଡା ଆସିବେ।  ସେ ଝାରସୁଗୁଡାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାବାସୀଙ୍କୁ ସମ୍ବୋଧିତ କରିବେ।  ପୂର୍ବରୁ  ବ୍ରହ୍ମପୁର ଆସିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। 

Pm Modi Odisha Visit: ୨୭ରେ ବ୍ରହ୍ମପୁର ନୁହେଁ,ଏହି ଜିଲ୍ଲାକୁ ଆସିବେ ମୋଦୀ

Pm Modi Odisha Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖ ଦିନ  ଝାରସୁଗୁଡା ଆସିବେ।  ସେ ଝାରସୁଗୁଡାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାବାସୀଙ୍କୁ ସମ୍ବୋଧିତ କରିବେ।  ପୂର୍ବରୁ  ବ୍ରହ୍ମପୁର ଆସିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ବ୍ରହ୍ମପୁରରେ ବର୍ଷା ଆଲର୍ଟ ଥିବାରୁ  କାର୍ଯ୍ୟକ୍ରମ ବଦଳିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ଆସନ୍ତା ୨୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପଛକୁ ପଛ ଲଘୁଚାପ ଥିବାରୁ ମୋଦୀଙ୍କ ବ୍ରହ୍ମପୁର ଗସ୍ତ ବାତିଲ  ହେବ ବୋଲି ଚର୍ଚ୍ଚା ହେଉଥିଲା।  ପୂର୍ବ ନିର୍ଦ୍ଦାରିତ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖରେ ବ୍ରହ୍ମପୁର ଗସ୍ତ କରିଥାଆନ୍ତେ। ଏନେଇ ଜୋରଦାର ପ୍ରସ୍ତୁତି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ଗସ୍ତ ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନର ଚଳଚଞ୍ଚଳ ହୋଇପଡିଛି। କିପରି ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ପ୍ରଶାସନ ଘନ ଘନ ବୈଠକ କରୁଛି।

ALSO READ: Gold Rate Hike: ଦଶହରା ଓ ଦୀପାବଳିରେ କମିବ ନା ବଢିବ ସୁନା ରେଟ୍,ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ?

ALSO READ: Heavy Rain Alert:  ଆସୁଛି ଲଘୁଚାପ,ରୁହନ୍ତୁ ସତର୍କ!ଏହିସବୁ ଜିଲ୍ଲାରେ ହେବ ବିଜୁଳି ଘଡ଼ଘଡି଼ ସହ ଭୀଷଣ ବର୍ଷା 

Add Zee News as a Preferred Source

 

About the Author