)
ସମ୍ବଲପୁର: ସହରର ଏକ ହୋଟେଲ ଭିତରେ ଜୁଆ ଖେଳ ଚାଲିଥିବା ସମୟରେ ପୋଲିସ ରେଡ୍ କରିଛି । ପୋଲିସ ଭୟରେ ଜୁଆଡିମାନେ କିଛି ଟଙ୍କାକୁ ପାଇଖାନା ଫ୍ଲସରେ ପକାଇଦେଇଥିବା ସୂଚନା ମିଳିଛି। କିଛି ଟଙ୍କା ଉଦ୍ଧାର କରିଛି ପୋଲିସ ।
ସୂଚନା ମୁତାବକ, ଭିଏସ୍ଏସ୍ ମାର୍ଗରେ ଥିବା ଏକ ହୋଟେଲରେ ଜୁଆ ଖେଳ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ପୋଲିସକୁ ସୂଚନା ମିଳିଥିଲା । ଏହା ଜାଣି ସମ୍ୱଲପୁର ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୧୦୫ ନଂ ରୁମ୍ରେ ରେଡ୍ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୬ ଲକ୍ଷ ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି । ୯ଜଣ ବ୍ୟକ୍ତି ଜୁଆ ଖେଳୁଥିବା ଜଣାପଡିଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ ।