Pramod Rath: ବିଜେଡିରୁ ବିଦା ହେଲେ ସମ୍ବଲପୁର ଜିଲ୍ଲାର ବିଜେଡି ଉପଦେଷ୍ଟା ପ୍ରମୋଦ ରଥ
Pramod Rath: ବିଜେଡି ଦଳରୁ ବହିଷ୍କାର ହେଲେ ପ୍ରମୋଦ ରଥ।ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପତ୍ର ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ବିଜେଡି ଉପଦେଷ୍ଟା ପଦରୁ ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ସୂଚନା ରହିଛି। ଏ ବାବଦରେ ପ୍ରମୋଦ ରଥ(Pramod Rath) ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ତାଙ୍କ ପାଖକୁ କୌଣସି ନିର୍ଦେଶ ଆସି ନାହିଁ।ଆଉ ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି।

ହାଇକୋର୍ଟ(High court) ବେଞ୍ଚ ପ୍ରସଙ୍ଗ ରେ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସେ କହିଛନ୍ତି |କେନ୍ଦ୍ର ସରକାର ବାରମ୍ବାର ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପାଇଁ ଚିଠି କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଇ ପାରି ନାହାନ୍ତି।ସେଥିପାଇଁ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କଣ ସତ୍ୟ କହିବା ଅପରାଧ ସେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟି ରୁ ଏଭଳି ଅପରାଧ ବାରମ୍ବାର କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି। ସୂଚନା ଥାଉ କି ପ୍ରମୋଦ ପୂର୍ବରୁ ସମ୍ବଲପୁର ବିଜେଡି ର ଜିଲ୍ଲା ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି |
Also Read: Governor Raghubar Das: ରଘୁରାଜପୁରରେ ରାଜ୍ୟପାଳ ରଘୁବର, ପ୍ରଶଂସାରେ ପୋତିଲେ ଗ୍ରାମବାସୀ