Advertisement
Article Detail0/zeeodisha/odisha2672263
Zee OdishaOdisha StateProf Dr Bijayalaxmi Mohanty: ଡ. ବିଜୟଲକ୍ଷ୍ମୀ ହେଲେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା

Prof Dr Bijayalaxmi Mohanty: ଡ. ବିଜୟଲକ୍ଷ୍ମୀ ହେଲେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଝିଅ ତଥା କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ନିର୍ଦ୍ଦେଶିକା ପ୍ରାଧ୍ୟାପିକା (ଡ.) ବିଜୟଲକ୍ଷ୍ମୀ ମହାନ୍ତିଙ୍କୁ ମିଳିଛି ଗୁରୁ ଦାୟିତ୍ୱ ।

Prof Dr Bijayalaxmi Mohanty: ଡ. ବିଜୟଲକ୍ଷ୍ମୀ ହେଲେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା

Prof Dr Bijayalaxmi Mohanty: ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଝିଅ ତଥା କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ନିର୍ଦ୍ଦେଶିକା ପ୍ରାଧ୍ୟାପିକା (ଡ.) ବିଜୟଲକ୍ଷ୍ମୀ ମହାନ୍ତିଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ତାଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୂଙ୍କ ଉପଦେଷ୍ଟା ବା ପରାମର୍ଶଦାତା ପଦବୀରେ ଅବସ୍ଥାପିତ କରାଯାଇଛି । ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ରାଇରଙ୍ଗପୁର ସମେତ  ମୟୂରଭଞ୍ଜ ଏବଂ ସମଗ୍ର ରାଜ୍ୟର ପ୍ରଥମ ମହିଳା ହେବାର ଗୌରବ ଲାଭ କରିଛନ୍ତି । ବିଜୟଲକ୍ଷ୍ମୀ ହେଉଛନ୍ତି ରାଇରଙ୍ଗପୁରର ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ମହାନ୍ତି ଓରଫ ନନ୍ଦିଆ ଭାଇ ଏବଂ ରାଇରଙ୍ଗପୁର ଉପଖଣ୍ଡର ପ୍ରଥମ ମହିଳା ଡାକ୍ତର ପି. ମାଣିକେଶ୍ୱରୀଙ୍କ କନ୍ୟା।

fallback

ନିଜ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ତତ୍ତ୍ୱାବଧାନରେ ଏବଂ ପ୍ରଥମ ସଦସ୍ୟ ଭାବରେ ସେ ଓଡ଼ିଶାର କଟକରେ ପ୍ରଥମ ଘରୋଇ ବିଶ୍ୱବିଦ୍ୟାଳୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଦ୍ୟାଳୟ ସ୍ତରରେ ସେ ଜଣେ ଟପର୍ ଥିବାବେଳେ ବିଶ୍ୱବିଦ୍ୟାଳୟ ସ୍ତରରେ ମଧ୍ୟ ସ୍ୱର୍ଣ୍ଣ ପଦକ ବିଜେତା ଥିଲେ । ଶିକ୍ଷା କ୍ଷେତ୍ରରେ ଦୀର୍ଘ ୨୩ ବର୍ଷର ଅଭିଜ୍ଞତା ଥିବା  ଡ. ମହାନ୍ତି ବର୍ତ୍ତମାନ ଉକ୍ତ ବିଶ୍ୱବିଦ୍ୟାଳୟରେ ମାନବ ସମ୍ବଳ ବିକାଶ କେନ୍ଦ୍ର (ଏଚଆରଡିସି) ମୁଖ୍ୟ, ଲୋକ ସମ୍ପର୍କ ଏବଂ ସାମାଜିକ ଯୋଗାଯୋଗ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । 

Add Zee News as a Preferred Source

fallback

ସେ ୫୦ଟି ଗବେଷଣା ନିବନ୍ଧ ଏବଂ ୩ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତେବେ ଡ. ମହାନ୍ତିଙ୍କ ସହ ଅନ୍ୟ ଛଅ ଜଣଙ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ କରାଯାଇଛି । ସେମାନେ ହେଲେ ଡ. ରାଜେନ୍ଦ୍ର ପ୍ରସାଦ ମିଶ୍ର, ଅରବିନ୍ଦ କୁମାର ମାରାଣ୍ଡି, ସବିତାରାଣୀ ହେମ୍ବ୍ରମ, ବେନି ମାରାଣ୍ଡି, ବାଳକନାଥ ନାଏକ ଏବଂ ମନୋଜ ବିଶ୍ୱାଳ ପ୍ରମୁଖ । ଏ ସମସ୍ତେ ଓଡ଼ିଆ ହୋଇଥିବାରୁ ଜିଲ୍ଲା ତଥା ରାଜ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

About the Author