Trending Photos
)
Odisha News: କଟକ : ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରାଧ୍ୟାପିକା ରଜିତା କୁଲକର୍ଣ୍ଣୀଙ୍କୁ ମୁମ୍ବାଇରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଲୋକସମ୍ପର୍କ ଓ ଯୋଗାଯୋଗ ସଂସ୍ଥା ‘ସିକ୍ରେଟ୍ ସସ୍ କମ୍ୟୁନିକେସନ୍ସ’ ପକ୍ଷରୁ ମର୍ଯ୍ୟାଦାଜନକ ‘ୱିମେନ୍ ଏଚିଭର୍ସ ଆୱାର୍ଡ୍ 2.0’ରେ ସମ୍ମାନିତ କରାଯାଇଛି। ପ୍ରଫେସର କୁଲକର୍ଣ୍ଣୀଙ୍କ ଅସାଧାରଣ ନେତୃତ୍ୱ ନେବାର ଦକ୍ଷତା, ବିଶ୍ୱରେ ମାନବବାଦର ପ୍ରଚାର ପ୍ରସାର ଏବଂ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ନିମନ୍ତେ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ତାଙ୍କ ସହ ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ପଦ୍ମଶ୍ରୀ ଡାଏନା ଏଡୁଲଜି, ବିଶିଷ୍ଟ ଲେଖିକା ନନ୍ଦିତା ଓମ୍ ପୁରୀ, ଖ୍ୟାତିସମ୍ପନ୍ନ ଅଭିନେତ୍ରୀ ଦିବ୍ୟା ଦତ୍ତା ଓ ତିଳୋତ୍ତମା ଶୋମ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ମହିଳାମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ପ୍ରାଧ୍ୟାପିକା ରଜିତା କୁଲକର୍ଣ୍ଣୀଙ୍କ ଏହି ସଫଳତାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସମଗ୍ର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଗର୍ବ ଅନୁଭବ କରିବା ସହ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।