Advertisement
Article Detail0/zeeodisha/odisha2678957

Rathayatra: ରଥଯାତ୍ରାକୁ ୟୁନେସ୍କୋ ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପାଇଁ ପ୍ରୟାସ ଜାରି..

 Rathayatra: ପାର୍ଶ୍ବ ମନ୍ଦିର ଗୁଡିକ ମରାମତି ନେଇ ମଧ୍ଯ ଆଲୋଚନା ହୋଇଛି। ନାଟମଣ୍ଡପରେ ଶିତତାପ ନିୟନ୍ତ୍ରିତ( ଏ.ସି.) ବ୍ୟବସ୍ଥା, ଶ୍ରୀମନ୍ଦିରର ଆଲୋକିକରଣ, ଏବଂ ଅନ୍ଯାନ୍ଯ ମରାମତି ତଥା ରୁପା ଏବଂ ସୁନା ଛାଉଣି କାର୍ଯ୍ଯ ସମ୍ପର୍କରେ ମଧ୍ଯ ଆଲୋଚନା ହୋଇଛି। ଏସବୁ କାର୍ଯ୍ଯସଂପାଦନ ବେଳେ ସାଂସ୍କୃତିକ ବୈଶିଷ୍ଟ୍ଯ ପ୍ରତି ଧ୍ୟାନ ଦିଆଯିବା ନେଇ ଏଏସଆଇ ପକ୍ଷରୁ ପରାମର୍ଶ ଆସିଛି। ଏହି ଆଲୋଚନା ବେଳେ ଏଏସ୍ଆଇ ଉପମହାନିର୍ଦ୍ଦେଶକ (ସଂରକ୍ଷଣ) ଡ. ଜାହାନୱିଜ୍ ଶର୍ମା ଉପସ୍ଥିତ ଥିଲେ। 

Rathayatra: ରଥଯାତ୍ରାକୁ ୟୁନେସ୍କୋ ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପାଇଁ ପ୍ରୟାସ ଜାରି..

Rathayatra: ଆଜି ନୂଆଦିଲ୍ଲୀ ଠାରେ ଏଏସ୍ଆଇର ମହାନିର୍ଦ୍ଦେଶକ ଡ. ୟଦୁବୀର ସିଂହ ରାୱତଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ। ଏହି ଅବସରରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର କାର୍ଯ୍ଯ ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ଯ ନେଇ ମୁଖ୍ଯ ପ୍ରଶାସକ ଏଏସ୍ଆଇ କୁ ଧନ୍ୟବାଦ ଅର୍ପଣ କରିବା ସହ ଠିକଣା ସମୟରେ କାର୍ଯ୍ଯ ସମାପନ ନେଇ ଗୁରୁତ୍ବାରୋପ କରିଛନ୍ତି। ସେହିପରି ପାର୍ଶ୍ବ ମନ୍ଦିର ଗୁଡିକ ମରାମତି ନେଇ ମଧ୍ଯ ଆଲୋଚନା ହୋଇଛି। ନାଟମଣ୍ଡପରେ ଶିତତାପ ନିୟନ୍ତ୍ରିତ( ଏ.ସି.) ବ୍ୟବସ୍ଥା, ଶ୍ରୀମନ୍ଦିରର ଆଲୋକିକରଣ, ଏବଂ ଅନ୍ଯାନ୍ଯ ମରାମତି ତଥା ରୁପା ଏବଂ ସୁନା ଛାଉଣି କାର୍ଯ୍ଯ ସମ୍ପର୍କରେ ମଧ୍ଯ ଆଲୋଚନା ହୋଇଛି। ଏସବୁ କାର୍ଯ୍ଯସଂପାଦନ ବେଳେ ସାଂସ୍କୃତିକ ବୈଶିଷ୍ଟ୍ଯ ପ୍ରତି ଧ୍ୟାନ ଦିଆଯିବା ନେଇ ଏଏସଆଇ ପକ୍ଷରୁ ପରାମର୍ଶ ଆସିଛି। ଏହି ଆଲୋଚନା ବେଳେ ଏଏସ୍ଆଇ ଉପମହାନିର୍ଦ୍ଦେଶକ (ସଂରକ୍ଷଣ) ଡ. ଜାହାନୱିଜ୍ ଶର୍ମା ଉପସ୍ଥିତ ଥିଲେ। 

ଏହି ଗସ୍ତ ସମୟରେ ମୁଖ୍ଯ ପ୍ରଶାସକ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଂକୁ ଭେଟି ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ଐତିହ୍ଯ ତାଲିକାଭୁକ୍ତ କରିବା ସମ୍ବନ୍ଧରେ ମଧ୍ଯ ଆଲୋଚନା କରିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଗତ ଶନିବାର ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ (UNESCO) ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଏନେଇ ନାମାଙ୍କନ ପତ୍ର (Nomination Dossier) ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ବେଳେ ଖୁବଶୀଘ୍ର ଏହା ଦାଖଲ କରାଯିବ। ନିକଟରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ରଥଯାତ୍ରା ଭଳି ମହାର୍ଘ ବୈଶ୍ବିକ ଯାତ୍ରାର ମହାନତା ଉପଲବ୍’ଧି କରି କର୍ତ୍ତୃପକ୍ଷ ଶୀଘ୍ର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରଶାସନ ଆଶା ରଖିଥିବା କହିଥିଲେ।

Add Zee News as a Preferred Source
About the Author