Puri News: ଆଜି ୫ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ। ସନ୍ଧ୍ୟା ୫ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ୍ ରହିବ । ଆଜି ଚୈତ୍ର କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।
Trending Photos
Puri News: ଆଜି ୫ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ। ସନ୍ଧ୍ୟା ୫ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ୍ ରହିବ । ଆଜି ଚୈତ୍ର କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମୁଖ ସିଂହାର ହେବେ କାଳିଆ ଠାକୁର । ଦତ୍ତ ମହାପାତ୍ର ସେବାୟତ ମାନଙ୍କ ଦ୍ଵାରା ଅନୁଷ୍ଠିତ ହେବ ଗୁପ୍ତ ନୀତି । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟା ଠାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ସେପଟେ ବନକ ଲାଗି ନୀତି ଯୋଗୁଁ ଦୁଇଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ଭଣ୍ଡାର ଘର ମରାମତି ପାଇଁ ଏ ଏସ ଆଇ କୁ ଅନୁମତି ଦିଆଯାଇଛି ।ତେବେ ଦ୍ଵିତୀୟ ଭୋଗ ମଣ୍ଡପ ପରେ ବନକ ଲାଗି ନୀତି ରହିବା ସହ ପରଦିନ ଭକ୍ତଙ୍କ ଦର୍ଶନ ଦୃଷ୍ଟିରୁ ଦୁଇଦିନ ଅର୍ଥାତ୍ ୧୯ ମାର୍ଚ୍ଚ ଓ ୨୦ ମାର୍ଚ୍ଚ ଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ୍ ରହିବ ।