Advertisement
Article Detail0/zeeodisha/odisha2679647
Zee OdishaOdisha StatePuri News: ନୀଳାଦ୍ରୀ ବିଜେ ପରେ ରୋଷଘର ମରାମତି

Puri News: ନୀଳାଦ୍ରୀ ବିଜେ ପରେ ରୋଷଘର ମରାମତି

ପୁରୀ: ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ମନ୍ଦିରର ପୁନରୁଦ୍ଧାର ହେବ। ଦୀର୍ଘ ବର୍ଷ ହେଲା ଏଠାରେ ଥିବା ସମସ୍ୟାକୁ ଆଜି ଶ୍ରୀମନ୍ଦିର ସାଂସ୍କୃତିକ ପରାମର୍ଶଦାତା କମିଟି ପରିଦର୍ଶନ କରିବା ପରେ ପ୍ରଶାସନକୁ ନିଜ ନିଷ୍ପତ୍ତି ଜଣାଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ବସିଥିବା ଏହି ସାଂସ୍କୃତିକ କମିଟିର ପରାମର୍ଶ ଅନୁସାରେ ଏବର୍ଷ ନୀଳାଦ୍ରୀ ବିଜେ ପରେ ଗୁ

Puri News: ନୀଳାଦ୍ରୀ ବିଜେ ପରେ ରୋଷଘର ମରାମତି

Puri News: ପୁରୀ: ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ମନ୍ଦିରର ପୁନରୁଦ୍ଧାର ହେବ। ଦୀର୍ଘ ବର୍ଷ ହେଲା ଏଠାରେ ଥିବା ସମସ୍ୟାକୁ ଆଜି ଶ୍ରୀମନ୍ଦିର ସାଂସ୍କୃତିକ ପରାମର୍ଶଦାତା କମିଟି ପରିଦର୍ଶନ କରିବା ପରେ ପ୍ରଶାସନକୁ ନିଜ ନିଷ୍ପତ୍ତି ଜଣାଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ବସିଥିବା ଏହି ସାଂସ୍କୃତିକ କମିଟିର ପରାମର୍ଶ ଅନୁସାରେ ଏବର୍ଷ ନୀଳାଦ୍ରୀ ବିଜେ ପରେ ଗୁଣ୍ଡିଚା ମନ୍ଦିରର ରୋଷଘର ପୁନରୁଦ୍ଧାର କାର୍ଯ୍ୟକ୍ରମ ହେବ। ଏହା ପ୍ରାୟ ୧ ବର୍ଷ ଲାଗିବ ଏବଂ ଏହି କାର୍ଯ୍ୟକ୍ରମକୁ ୨୦୨୬ ରଥଯାତ୍ରା ସୁଦ୍ଧା ଶେଷ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସାଂସ୍କୃତିକ ପରାମର୍ଶଦାତା କମିଟିର ସଦସ୍ୟମାନେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଆଜି ସକାଳୁ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। 

୨୦୨୧ ଜାନୁୟାରୀ ୨୧ ତାରିଖରେ ଏହି କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ଏହାଙ୍କ ପରାମର୍ଶରେ ୨୨ଟି ପ୍ରକଳ୍ପକୁ ଶ୍ରୀମନ୍ଦିର ପାରିପାର୍ଶ୍ୱ ବିକାଶ ପାଇଁ ଗ୍ରହଣ କରାଯାଇଥିଲା। ସେଥିରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ଲାଗି ଅଭ୍ୟର୍ଥନା କେନ୍ଦ୍ର, ସାଂସ୍କୃତିକ କେନ୍ଦ୍ର, ବଡ଼ ଦାଣ୍ଡ ଐତିହ୍ୟ ବିକାଶ, ଶ୍ରୀମନ୍ଦିରରେ ସୁବିଧା ବିକାଶ, ଶ୍ରୀ ଜଗନ୍ନାଥ ବଲ୍ଲଭ ଭକ୍ତ କେନ୍ଦ୍ର, ଶ୍ରୀ ସେତୁ,  ପ୍ରମୋଦ ଉଦ୍ୟାନ ପ୍ରଭୃତି ଅନ୍ୟତମ। ପୂର୍ବରୁ ଏହି କ୍ଷେତ୍ରରେ ଅନେକ କାର୍ଯ୍ୟ ଗ୍ରହଣ କରାଯାଇଛି। ଏଥିଲାଗି ୩୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ଯୋଜନା ହୋଇଛି। ହେଲେ ଅନେକ କାର୍ଯ୍ୟକ୍ରମ ଏବେ ଆଗେଇ ପାରି ନାହିଁ। ଏ ଭିତରେ ସରକାରରେ ପରିବର୍ତ୍ତନ ହେବା ସହ ଆଭିମୁଖ୍ୟ ମଧ୍ୟ ବଦଳିଛି। ହେଲେ ଶ୍ରୀମନ୍ଦିର ପ୍ରକଳ୍ପର ବିକାଶ ଲାଗି କିଛି ପରିବର୍ତ୍ତନ ସହ ମୂଳ ମାଷ୍ଟର ପ୍ଲାନ୍‍ ଅନୁସାରେ ପ୍ରସ୍ତାବିତ ଆନୁସଙ୍ଗିକ ବ୍ୟବସ୍ଥାକୁ ଗଢ଼ିବା ଲାଗି ପୁଣିଥରେ ଉଦ୍ୟମ ଆରମ୍ଭ ହୋଇଛି। 

ଗଜପତି ମହାରାଜା କହିଛନ୍ତି, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରସାର ପ୍ରସାର ପାଇ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହିକ୍ରମର ଅନେକ କାର୍ଯ୍ୟ ବାକି ରହିଛି। ସେଗୁଡ଼ିକ ଲାଗି ସାଂସ୍କୃତିକ ପରାମର୍ଶଦାତା କମିଟି ଆଜି କାର୍ଯ୍ୟର ପରିଦର୍ଶନ କରିଛନ୍ତି।
 
ପ୍ରସ୍ତାବିତ ଯୋଜନା ଅନୁସାରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ କରାଯିବ। ବଗଲା ଧର୍ମଶାଳା ଥିବା ସ୍ଥାନରେ ଏହାର ନୂଆ କୋଠା ନିର୍ମାଣ କରାଯିବ। କାର୍ଯ୍ୟାଳୟ ସ୍ଥାନାନ୍ତର ପରେ ସେହି ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ସ୍ଥାପନ କରାଯିବ। ସେହିପରି ରଘୁନନ୍ଦନ ଲାଇବ୍ରେରୀ ସ୍ଥାନରେ ଏକ ବିଶ୍ୱସ୍ତରୀୟ ସାଂସ୍କୃତି କେନ୍ଦ୍ର ନିର୍ମାଣ କରାଯିବ। ଐତିହାସିକ ଗୁରୁତ୍ୱ ବହନ କରିଥିବା ରଘୁନନନ୍ଦନ ଲାଇବ୍ରେରୀକୁ ପୂର୍ବରୁ ଭାଙ୍ଗିଦିଆଯାଇଛି। 

Add Zee News as a Preferred Source

ଶ୍ରୀ ପାଢ଼ି କହିଛନ୍ତି, ବିଧିଗତ ବାଧକ ହେତୁ ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ପାଇଁ ବାଟ ଫିଟିପାରୁ ନାହିଁ। ନୂଆ ପରିଚାଳନା କମିଟି ହେବା ପରେ ପ୍ରଥମେ ଗଜମୋହନରୁ ହୁଣ୍ଡି ଉଠିବା ଲାଗି ପ୍ରସ୍ତାବ ପାରିତ କରାଯିବ। ଏହା ପରେ ହୁଣ୍ଡି ସ୍ଥାନାନ୍ତର କରାଯାଇ ଧାଡ଼ି ଦର୍ଶନ ଲାଗି ବ୍ୟବସ୍ଥା କରାଯିବ। 

ସେହିପରି ଉତ୍ତରଦ୍ୱାର ସମ୍ମୁଖରେ ପ୍ରସ୍ତାବିତ ଅନ୍ନକ୍ଷେତ୍ର ପାଇଁ ସାଂସ୍କୃତିକ କମିଟି ଦୋହରାଇଛି। ଆନନ୍ଦ ବଜାରରେ ଅବଢ଼ା ବିକ୍ରି ହେବ କିନ୍ତୁ ପ୍ରସାଦ ସେବନ ଲାଗି ଏହି ନୂଆ ଅନ୍ନକ୍ଷେତ୍ରରେ ବ୍ୟବସ୍ଥା କରାଯିବ। ସମସ୍ତଙ୍କୁ ମାଗଣାରେ ଅବଢ଼ା ବାଣ୍ଟିବା ଲାଗି ପ୍ରଶାସନ ଓ ସରକାର ଯେଉଁ ଚିନ୍ତା କରିଛନ୍ତି ଏହାଦ୍ୱାରା ଅଧିକ ଉତ୍ସାହିତ ହେବ ବୋଲି ଆଶା କରାଯାଇଛି।

About the Author