Advertisement
Article Detail0/zeeodisha/odisha2680439
Zee OdishaOdisha StateSuna Besha 2025: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

Suna Besha 2025: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

Suna Besha 2025: ଆଜି ପବିତ୍ର ଦୋଳ ପୂର୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପବିତ୍ର ଦୋଳ ଉତ୍ସବ ପାଳିତ ହେଉଛି । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ,ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ବିଜେ କରିବା ସହ ଭକ୍ତ ଓ ସେବାୟତ ମାନଙ୍କ ସହ ମିଶି ଫଗୁ ଓ ଅବିରରେ ହୋଲି ଖେଳିବେ । 

Suna Besha 2025: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

Suna Besha 2025: ଆଜି ପବିତ୍ର ଦୋଳ ପୂର୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପବିତ୍ର ଦୋଳ ଉତ୍ସବ ପାଳିତ ହେଉଛି । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ,ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ବିଜେ କରିବା ସହ ଭକ୍ତ ଓ ସେବାୟତ ମାନଙ୍କ ସହ ମିଶି ଫଗୁ ଓ ଅବିରରେ ହୋଲି ଖେଳିବେ । ପରମ୍ପରା ଅନୁସାରେ ଆଜି ଦୋଳବେଦୀରେ ମହାପ୍ରଭୁ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ଅନ୍ୟପଟେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି | ରତ୍ନ ସିଂହାସନ ଉପରେ ସକାଳୁ ମହାପ୍ରଭୁ ସୁନାବେଶରେ ସଜିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି | ଅନ୍ୟପଟେ ଗତକାଲି ରାତିରେ ଦୋଳବେଦୀରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଶେଷ ହୋଇଛି । 

ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ଯତମ ଯାତ୍ରା ଦୋଳଯାତ୍ରା। ଏହି ଦୋଳଯାତ୍ରାରେ ମହଣମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀୟୁ। ତେବେ ମହାପ୍ରଭୁଙ୍କ ନିଟକରେ ମଙ୍ଗଳାଳତୀ ମଇଲମ ଅବକାଶ ନିତି ସହ ସକାଳ ଧୂପ ବଢିବା ପରେ ମହାପ୍ରଭୁଙ୍କର ସୂନାବେଶ ଅର୍ଥାତ ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଥାଏ। ତେବେ ଏହି ଦୁର୍ଲ୍ଲଭ ବେଶରେ ଚତୁର୍ଦ୍ଧାମୂର୍ତ୍ତି ମସ୍ତକରେ ସୁବର୍ଣ୍ଣର କୀରିଟି ପରିଧାନ କରିବା ସହ ପାଦରେ ଶ୍ରୀପୟର,ହାତରେ ଶ୍ରୀଭୁଜ,ହରିଡାମାଳ,,ବାହାଡା ମାଳ,ସେବତୀ ମାଳ,ଆଡକାନୀ,ଚନ୍ଦ୍ର ସୂର୍ଯ୍ୟ ଆଦି ମହଣମହଣ ସ୍ୱର୍ଣ୍ଣାଳଙ୍କାର ପରିଧାନ କରିଥାନ୍ତି। ସକାଳଧୂପ ପରେ ମହାପ୍ରଭୁ ରାଜାଧିରାଜ ବେଶରେ ଦର୍ଶନ ଦେଇଥାନ୍ତି।ତେବେ ମହାପ୍ରଭୁଙ୍କ ଏହି ପବିତ୍ର ସୂନାବେଶ ବା ରାଜାଧିରାଜ ବେଶ ପାଇଁ ସ୍ୱତନ୍ତ୍ର ନିତି ନିର୍ଘଣ୍ଟ କରାଯାଇଛି। ଗତ ରାତି ୩ଟା ୫୫ମିନିଟରେ ମହାପ୍ରଭୁଙ୍କ ପହୁଡ ନିତି ସମ୍ପର୍ଣ୍ଣ ହେବା ପରେ ସକାଳ ୫ ଟା ୫୦ମିନିଟରେ ଜୟବିଜୟ ଦ୍ଵାର ଫିଟାନିତି ସମ୍ପର୍ଣ୍ଣ କରାଯାଇଛି। ନିତି ନିର୍ଘଣ୍ଟ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ମଙ୍ଗଳାଳତୀ,ମଇଲମ,ଅବକାଶ ନିତି ସହ ଅନ୍ଯାନ୍ଯ ନିତିକାନ୍ତି ଆଗକୁ ବଢିଛି। ସକାଳଧୁପ ସରିବା ପରେ ମହାପ୍ରଭୁ ରାଜାଧିରାଜ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି। ତେବେ ଆଜି ଅନେକ ନିତିକାନ୍ତି ରହିଥିବାରୁ ଶ୍ରୀମନ୍ଦିରରେ ନିତିକାନ୍ତିରେ ବିଳମ୍ବ ଘଟିଛି। 

ସେପଟେ ଆଜି ଦୋଳବେଦୀକୁ ବିଜେ କରିବେ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ। ଦୋଳବେଦୀ ପରିସରରେ ଭକ୍ତଙ୍କ ସହ ଫଗୁ ଖେଳିବେ ମହାପ୍ରଭୁ। ଭକ୍ତଙ୍କ ସହ ଏକାକାର ହୋଇଯିବେ ଦୋଳଠାକୁର। ଖାସକରି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଦର୍ଶନ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଚାଲିବ। ତାପରେ ଓଲାଗି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଦୋଳବେଦୀ ସଂସ୍କାର ବା ଶୋଧ ହୋଇସାରିଛି। ଆଜି ଦୋଳବେଦୀର ନୂଆରୂପକୁ ଦର୍ଶନ କରୁଛନ୍ତି ଭକ୍ତ। ସେପଟେ ଶ୍ରୀମନ୍ଦିରରେ ପରିକ୍ରମା ମାର୍ଗରେ ଆଜିଠାରୁ ଆରମ୍ଭ ହୋଇଛି ସଂକୀର୍ତ୍ତନ ସହ ବେଦପାଠ । ସବୁବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଏହି କାର୍ଯ୍ଯକ୍ରମକୁ ହାତକୁ ନିଆଯାଇଛି। ତେବେ ଏହି ପବିତ୍ର କାର୍ଯ୍ଯକ୍ରମକୁ ଉପଭୋଗ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି।

Add Zee News as a Preferred Source

ପବିତ୍ର ଦୋଳପୂଣ୍ଡିମା ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ହେଲେ ଆଜି ନିତି ବିଳମ୍ବ ଯୋଗୁଁ ଦ୍ୱାର ଫିଟା ନିତି ପ୍ରାୟ ୨ଘଣ୍ଟା ୫୦ମିନିଟ ବିଳମ୍ବ ହୋଇଛି।ଚୂଡ଼ାନ୍ତ ନୀତି ନୀତି ଅନୁଯାୟୀ, ରାତି ୩ଟାରେ ଦ୍ବାରଫିଟା, ୪ଟାରେ ମଙ୍ଗଳଆଳତି, ସାଢ଼େ ୬ଟାରେ ନୂଆଲୁଗା ଲାଗି ବେଶ,୧ଟା ୨୦ରେ ବେଶ ଓ ଅନ୍ୟାନ୍ୟ ନୀତି ବଢ଼ିବା ଅପରାହ୍ଣ ସାଢ଼େ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରିବେ ୮ଟା ୨୫ରେ ବନ୍ଦାପନା ଓ ରାଜନୀତି ପରେ ୮ଟା ୪୦ରେ ଛେରାପହଁରା ନୀତି ଅନୁଷ୍ଠିତ ହେବା ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ସାଢ଼େ ୯ଟାରେ ଦିଅଁଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ।

About the Author