ପୁରୀ: ମଇ ୨୯ ବୁଧବାର ଦିନ ପବିତ୍ର ଭଉଁରୀ ତିଥିରେ ଚକ ସହିତ ଅଖ ସଂଯୋଗ ହେବ ।  ଏଥି ପାଇଁ ତିନି ରଥର ଗୋଟିଏ ଲେଖାଏଁ ନାହାକା ଅଖର ଅନୁକୂଳ ପୂଜା ସମ୍ପନ୍ନ ହେବା ସହ ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ରଥଖଳାରେ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଦୋଳବେଦୀ ଅସ୍ଥାୟୀ କମାର ଶାଳଠାରେ ଅର କଣ୍ଟା, ତୁମ୍ବର ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଜାରୀ ରଖିଛନ୍ତି । ଏଥି ସହ ଆଜି ତିନି ରଥର ୫ଟି ଲେଖାଏଁ ଚକ ନିର୍ମାଣ ମଧ୍ୟ ଶେଷ ହେବାକୁ ଯାଉଅଛି ।


COMMERCIAL BREAK
SCROLL TO CONTINUE READING

 



ପୂର୍ବରୁ ଚତୁର୍ଦ୍ଦଶ ଦିବସରେ ରଥ ଖଳା ଠାରେ ଗୁଜ କାର୍ଯ୍ୟ ସହ ସିଙ୍ଗଡ଼ା ବାଡ଼ିଆ ଓ ପଇ କାମ ହୋଇଥିଲା । ତୁମ୍ବରେ ଅର ସଂଯୋଗ ସହ ପନ୍ଦାରି ବଳା ବସି ପଇ ବିନ୍ଧା କାମ କରାଯାଇଥିଲା । ପଞ୍ଚଦଶ ଦିବସରେ ମଧ୍ୟ ରଥ ଖଳାରେ ଗୁଜରେ ରୂପ ଖୋଦେଇ କାର୍ଯ୍ୟ, ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ହୋଇଥିଲା । ଅନ୍ୟପଟେ
ଚନ୍ଦନ ଯାତ୍ରାର ଷୋଡଶ ଦିବସରେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ନରେନ୍ଦ୍ର ପୁଷ୍କରିଣୀଠାରେ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତିର ସହ ଚାପ ଅନୁଷ୍ଠିତ ହେଉଥିବା ସମୟରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।


Also Read- Cyclone Remal: ରେମାଲ ନେଲା ଭୀଷଣ ବାତ୍ୟା ରୂପ, ଛେଚୁଛି ତୁହାକୁ ତୁହା ବର୍ଷା


Also Read- ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ ମୋଦୀ ଓ ଶାହା