)
ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଦୁଷ୍କର୍ମ ଘଟଣାରେ ସେକ୍ସ ରାକେଟ ଲିଙ୍କ୍ ସ୍ପଷ୍ଟ ହୋଇଛି । ଲକ୍ଷ୍ମୀସାଗର ଅଞ୍ଚଳର ଘର ମାଲିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ୩ ଯୁବତୀଙ୍କୁ ଉଦ୍ଧାର କରି ମାମଲା ରୁଜୁ କରାଯାଇଛି ।
ସୂଚନାଯୋଗ୍ୟ, ନାବାଳିକା ଦୁଷ୍କର୍ମ ଘଟଣାରେ ସେକ୍ସ ରାକେଟ ଲିଙ୍କ୍ ଥିବା ସନ୍ଦେହ କରାଯାଇ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳରେ ଚଢାଉ କରିଥିଲା କ୍ୟାପିଟାଲ ଥାନା ପୋଲିସ । ବନ୍ଦ ଘର ଭିତରୁ ୧୦ରୁ ଅଧିକ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ରେଡ୍ ସମୟରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସେକ୍ସ ରାକେଟରେ ଝାଡ଼ଖଣ୍ଡରୁ ନାବାଳିକାକୁ ଆଣି ନିୟୋଜିତ କରାଯାଇଥିଲା ବୋଲି ସୂଚନା ମିଳିଥିଲା ।
ଆପଣଙ୍କୁ କହିରଖୁଛୁ ଯେ, କ୍ୟାପିଟାଲ୍ ଥାନା ଅଶୋକ ନଗରରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପୀଡିତାଜଣକ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ପ୍ରଥମେ ନାବାଳିକା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ । ସମ୍ପୃକ୍ତ ନାବାଳିକାଙ୍କୁ ଏ ସମ୍ପର୍କରେ ପଚାରିବା ସମୟରେ ସେ କୌଣସି ସଠିକ୍ ଉତ୍ତର ଦେଇ ପାରିନଥିଲେ । ସନ୍ଦେହ ହେବାରୁ କ୍ୟାପିଟାଲ୍ ହସ୍ପିଟାଲ୍ ଫାଣ୍ଡି ପୋଲିସକୁ ଏ ବିଷୟରେ ଅବଗତ କରାଇଥିଲେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର। ଡାକ୍ତରଙ୍କ ରିପୋର୍ଟ ଆଧାରରେ କ୍ୟାପିଟାଲ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।