Advertisement
Article Detail0/zeeodisha/odisha2813428
Zee OdishaOdisha StateRahul Gandhi: ଗଞ୍ଜାମରେ ଦଳିତଙ୍କୁ ନିର୍ଯାତନା: ରାହୁଲ କହିଲେ ଏହା ମନୁବାଦୀ ଚିନ୍ତାଧାରାର ଝଲକ

Rahul Gandhi: ଗଞ୍ଜାମରେ ଦଳିତଙ୍କୁ ନିର୍ଯାତନା: ରାହୁଲ କହିଲେ ଏହା ମନୁବାଦୀ ଚିନ୍ତାଧାରାର ଝଲକ

Rahul Gandhi: ‘ଓଡ଼ିଶାରେ ଦୁଇ ଦଳିତ ବର୍ଗର ଯୁବକଙ୍କୁ ଏପରି ବାଧ୍ୟ କରାଯିବା କେବଳ ଅମାନବୀୟ ନୁହେଁ, ଏହା ମନୁବାଦୀ ଚିନ୍ତାଧାରାର ବର୍ବରତା। ସେତିକିରେ ନ ଅଟକି ରାହୁଏ ଏଥିରେ ରାଜନୀତିକ ମଞ୍ଜି ବୁଣିଛନ୍ତି। ସେ କହିଛନ୍ତି , ‘ ଯେଉଁ ଲୋକମାନେ କହୁଛନ୍ତି ଜାତି ଏବେ ପ୍ରସଙ୍ଗ ହୋଇ ନାହିୋ ତାଙ୍କ ପ୍ରତି ଏହା ଏକ ଆଇନା’। 

Rahul Gandhi: ଗଞ୍ଜାମରେ ଦଳିତଙ୍କୁ ନିର୍ଯାତନା: ରାହୁଲ କହିଲେ ଏହା ମନୁବାଦୀ ଚିନ୍ତାଧାରାର ଝଲକ

ଭୁବନେଶ୍ୱର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶାର ବିଜେପି ସରକାର ଓ ଦଳିତଙ୍କ ଉପରେ ବଢ଼ୁଥିବା ନିର୍ଯାତନାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଏହା ଏକ ସାଧାରଣ ଘଟଣା। କାରଣ ବିଜେପିର ରାଜନୀତି ଘୃଣା ଓ ଭେଦଭାବର ପୃଷ୍ଠଭୂମି ଆଧାରିତ ବୋଲି କହିଛନ୍ତି ରହୁଲ। ରବିବାର ଅପରାହ୍ଣରେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳରେ ଗୋରୁ ଚାଲାଣ କରୁଥିବା ଅଭିଯୋଗରେ ଦୁଇ ଦଳିତ ଯୁବକଙ୍କୁ ଗାଁ ଦାଣ୍ଡରେ ଅଧା ଲଣ୍ଡାକରି ବୁଲାଇବା ଓ ନର୍ଦ୍ଦମା ପାଣି ପିଆଇବା ଘଟଣା ସାରା ଭାରତକୁ ଆଲୋଡ଼ିତ କରିଛି।

 ଏ ପ୍ରସଙ୍ଗରେ ରାହୁଲ ଗାନ୍ଧି କିଛିସମୟ ପୂର୍ବରୁ ନିଜର ମତ ସୋଶାଲ୍‍ ମିଡିଆ ହ୍ୟାଣ୍ଡ ଏକ୍ସରେ ରଖିଛନ୍ତି। ସେ କହିଛନ୍ତି, ‘ଓଡ଼ିଶାରେ ଦୁଇ ଦଳିତ ବର୍ଗର ଯୁବକଙ୍କୁ ଏପରି ବାଧ୍ୟ କରାଯିବା କେବଳ ଅମାନବୀୟ ନୁହେଁ, ଏହା ମନୁବାଦୀ ଚିନ୍ତାଧାରାର ବର୍ବରତା। ସେତିକିରେ ନ ଅଟକି ରାହୁଏ ଏଥିରେ ରାଜନୀତିକ ମଞ୍ଜି ବୁଣିଛନ୍ତି। ସେ କହିଛନ୍ତି , ‘ ଯେଉଁ ଲୋକମାନେ କହୁଛନ୍ତି ଜାତି ଏବେ ପ୍ରସଙ୍ଗ ହୋଇ ନାହିୋ ତାଙ୍କ ପ୍ରତି ଏହା ଏକ ଆଇନା’। 
 

 
 
 
 

 
 
 
 
 
 
 
 
 
 
 

A post shared by Congress (@incindia)

Add Zee News as a Preferred Source

ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ବାବା ସାହେବଙ୍କ ସମ୍ବିଧାନ ପ୍ରତି ଆକ୍ରମଣ। ସମାନତା, ନ୍ୟାୟ ଏବଂ ମାନବତା ବିରୁଦ୍ଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ବିଜେପି ଶାସିତ ରାଜ୍ୟରେ ଏହା ଏକ ସାଧାରଣ ଘଟଣା। ପୁଣି ଓଡ଼ିଶାରେ ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ ବିରୁଦ୍ଧରେ ଚିନ୍ତାଜନକ ସ୍ଥିତିରେ ସଂଖ୍ୟା ବଢ଼ୁଛି। ଏହି ଘଟଣାରେ ଜଡ଼ିତ ପ୍ରତିଟି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାହୁଲ। ଦେଶ ସମ୍ବିଧାନ ଅନୁସାରେ ଚାଲିବ ମନୁସ୍ମୃତିରେ ନୁହେଁ ବୋଲି ସେ କହି ଓଡ଼ିଶାକୁ ଜାତୀୟ ରାଜନୀତିକ ପୃଷ୍ଠଭୂମିକୁ ଟାଣିଛନ୍ତି।

About the Author