Advertisement
Article Detail0/zeeodisha/odisha2733711
Zee OdishaOdisha StateOdisha News: କାରାଗାରରେ ପୀଡ଼ିତାଙ୍କୁ ବାହା ହେଲେ ଦୁଷ୍କର୍ମ ଅଭିଯୁକ୍ତ

Odisha News: କାରାଗାରରେ ପୀଡ଼ିତାଙ୍କୁ ବାହା ହେଲେ ଦୁଷ୍କର୍ମ ଅଭିଯୁକ୍ତ

Odisha News: (ପ୍ରେମାନନ୍ଦ ପୂଜାରୀ) ପୁଅକୁ ବାଟ ବରଣ କରିବା ପାଈଁ ବାହାରେ ଅପେକ୍ଷା କରିଥିଲେ କନ୍ୟା ପକ୍ଷ। ଶଙ୍ଖ ଧ୍ବନି ସହିତ ହୁଳହୁଳି ଶବ୍ଦରେରେ ଜେଲ ପରିସର କିଛି ସମୟ ପାଇଁ ଚଳଚଞ୍ଚଳ ହୋଇ ଉଠି ଥିଲା। ଉଭୟ ପକ୍ଷ ଖୁସି ଖୁସିରେ ଯୁବକ ଯୁବତୀଙ୍କୁ ବାହା ବେଦୀ ରେ ବସାଇଥିଲେ। ସମସ୍ତ କାର୍ଯ୍ୟ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା।‌

Odisha News: କାରାଗାରରେ ପୀଡ଼ିତାଙ୍କୁ ବାହା ହେଲେ ଦୁଷ୍କର୍ମ ଅଭିଯୁକ୍ତ

Odisha News: (ପ୍ରେମାନନ୍ଦ ପୂଜାରୀ) କଥାଟା ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା ସତ ହୋଇଛି। ହୁଏତ ଏହି ଘଟଣା କୌଣସି ଫିଲ୍ମରେ ବି ଦେଖିନଥିବେ। ଏଭଳି ଏକ ଭିନ୍ନ ଏକ ବାହାଘର ଦେଖିବାକୁ ମିଳିଛି କାରାଗାରରେ।‌ ଗଞ୍ଜାମ ଜିଲ୍ଲା କୋଦଳା ଉପ କାରାଗାର ପରିସରରେ ଥିବା ବୀର ହନୁମାନଙ୍କ ମନ୍ଦିରରେ ଏକ ନିଆରା ବାହାଘର ସମ୍ପନ୍ନ ହୋଇଛି। ଯେଉଁ ଯୁବତୀଙ୍କ ପାଇଁ ଯୁବକଙ୍କୁ ଜେଲ ଯିବାକୁ ପଡିଥିଲା ସେଇ ଯୁବତୀ ହେଲେ ଯୁବକଙ୍କ ସାତ ଜନମର ସାଥି । ବ୍ରାହ୍ମଣ ମନ୍ତ୍ର ସହ ବିବାହ ବନ୍ଧନରେ ବାନ୍ଧି ହେଲେ ବିଚାରଧୀନ କଏଦୀ (ଅଭିଯୁକ୍ତ) ଓ ପୀଡିତା। ବିନା ବାଜା, ବାଣରେ ସମ୍ପୂର୍ଣ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା। ବ୍ୟାଟେରୀ ଚାଳିତ ଗାଡିରେ ବାହାଘର ମ୍ୟୁଜିକ ସହିତ ବର ବାହାରିଥିଲେ ଉପ କାରାଗାରରୁ। ପୁଅକୁ ବାଟ ବରଣ କରିବା ପାଈଁ ବାହାରେ ଅପେକ୍ଷା କରିଥିଲେ କନ୍ୟା ପକ୍ଷ। ଶଙ୍ଖ ଧ୍ବନି ସହିତ ହୁଳହୁଳି ଶବ୍ଦରେରେ ଜେଲ ପରିସର କିଛି ସମୟ ପାଇଁ ଚଳଚଞ୍ଚଳ ହୋଇ ଉଠି ଥିଲା। ଉଭୟ ପକ୍ଷ ଖୁସି ଖୁସିରେ ଯୁବକ ଯୁବତୀଙ୍କୁ ବାହା ବେଦୀ ରେ ବସାଇଥିଲେ। ସମସ୍ତ କାର୍ଯ୍ୟ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା।‌

ଗଞ୍ଜାମ ଜିଲ୍ଲା କୋଦଳା ଉପକାରାଗାରରେ ଗତକାଲି ସୂର୍ଯ୍ୟକାନ୍ତ ବେହେରା (୨୬) ନାମକ ଜଣେ ବିଚାରାଧୀନ କଏଦୀଙ୍କ ବାହାଘର ସଂପନ୍ନ ହୋଇଛି। ପୋଲସରା ଗ୍ରାମର କାଜଲ୍ ବେହେରାଙ୍କୁ ସେ ବୈଦିକ ରୀତିରେ ବିବାହ କରିଛନ୍ତି। ପୋଲସରା ଥାନା ଅଧୀନ ଗୋଚ୍ଛାବାଡ଼ି ଗ୍ରାମାର ଭାସ୍କର ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ କାଜଲ୍‌ଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କୁ ଭଲ ପାଇବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରେ କାଜଲ୍‌ଙ୍କ ପରିବାର ପକ୍ଷରୁ ପୋଲସରାଥାନାରେ ଏତଲା ଦିଆଯିବା ପରେ ପୁଲିସ ମାମଲା ରୁଜୁ କରି ଗତବର୍ଷ ନଭେମ୍ବର ମାସରେ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରିଥିଲା। ଏହା ପରଠୁ ସୂର୍ଯ୍ୟକାନ୍ତ କୋଦଳା ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଆସୁଛନ୍ତି। ତେବେ ୬ ମାସ ପରେ ଉଭୟ ପରିବାର ଆପୋସ ଆଲୋଚନା ପରେ କୋର୍ଟରେ ବିବାହ ପାଇଁ ଆବେଦନ‌ କରିଥିଲେ।

ଗତ ନଭେମ୍ବର ମାସରେ ପୋଲସରା ଥାନା ଅନ୍ତର୍ଗତ ଗୋଛାବାଡ଼ି ଗ୍ରାମର ସୂର୍ଯକାନ୍ତ ବେହେରା ପୋଲସରା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ପରେ ଉଭୟ ପକ୍ଷ ସହମତି କ୍ରମେ କୋର୍ଟରେ ସତ୍ୟ ପାଠ ଦେଇଥିଲେ । ଉଭୟ ପକ୍ଷର ସମ୍ପୂର୍ଣ୍ଣ ସ‌ହମତିରେ ଏହି ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କୋଦଳା ଜେଲ ଅଧୀକ୍ଷକ ତରଣୀ ସେନ ଦେଉରୀ ଙ୍କ ତତ୍ବାବଧାନରେ ଏହି ବାହାଘର ସମ୍ପନ୍ନ ହୋଇଥିଲା। ଏମିତି ଘଟଣା ବିରଳ ଏବଂ ଏହି ବାହାଘର ସମାଜ ପାଇଁ ଅନେକ କିଛି ଶିକ୍ଷା ଦେଉଛି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ଶ୍ରୀ ଦେଉରୀ। ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ ମିଶ୍ର ଯୋଗଦେଇ ବର, କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଆଇନଜୀବୀ ନୀଳମଣି ପଣ୍ଡା, ସବ ଜେଲର ବିରଞ୍ଚି ସାମଲ ଙ୍କ ସମେତ ଜେଲ କର୍ମଚାରୀ ଉପସ୍ଥିତ ଥିଲେ। ବାହାଘର ପରେ ସୂର୍ଯ୍ୟକାନ୍ତ ଜେଲ୍‌ରେ ହିଁ ରହିଥିବା ବେଳେ କାଜଲ୍ ଶାଶୂଘରକୁ ପଳାଇଛନ୍ତି।

Add Zee News as a Preferred Source
About the Author