Advertisement
Article Detail0/zeeodisha/odisha2765033
Zee OdishaOdisha StatePuri: ରଥ ଖଳାରେ ଚକ ଅଖ ଡେରା ନୀତି ସମ୍ପର୍ଣ୍ଣ

Puri: ରଥ ଖଳାରେ ଚକ ଅଖ ଡେରା ନୀତି ସମ୍ପର୍ଣ୍ଣ

ପ୍ରଥମେ ତଳଧ୍ଵଜ, ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥର ନାହାକା ଚକ ଅଖ ଡେରା ହୋଇଥିଲା। ଏହା ପରେ ପୂଜାପଣ୍ଡା ଆଣିଥିବା ଆଜ୍ଞା ମାଳ ରଥ ଚକରେ ପ୍ରଦାନ କରି ନୀତି ସମ୍ପାଦନ କରିଥିଲେ।

Puri: ରଥ ଖଳାରେ ଚକ ଅଖ ଡେରା ନୀତି ସମ୍ପର୍ଣ୍ଣ

ପୁରୀ: ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ରଥ ଖଳାରେ ଚକ ଅଖ ଡେରା ନୀତି ସମ୍ପର୍ଣ୍ଣ ହୋଇଯାଇଛି । ସକାଳ ଧୂପ ନୀତି ପରେ ଶ୍ରୀମନ୍ଦିରରୁ ଆଜ୍ଞା ମାଳ ବିଜେ ହୋଇଥିଲା । ଭୋଇ ସେବକଙ୍କ ଦ୍ୱାରା ତିନି ରଥର ଦୁଇ ଦୁଇଟି ନାହାକା ଚକରେ ଅଖ ଡେରା ନୀତି ସମ୍ପାଦନ କରାଯାଇଛି  । 

ବଡ଼ ଦାଣ୍ଡରେ ଶୃଙ୍ଖଳିତ ଭାବେ ରଥ ନିର୍ମାଣ ଜାରି ରହିଥିବା ବେଳେ ପରମ୍ପରା ଅନୁସାରେ ଆଜି ଭୋଇ ସେବକ ମାନେ ପ୍ରଥମ ହରିବୋଲ ପକାଇଥିଲେ। ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ଅବସରରେ ବିଧି ଓ ପରମ୍ପରା ଅନୁଯାୟୀ ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ ଆଜି ଶେଷ ହୋଇଛି । ପବିତ୍ର ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭ ଅନୁକୂଳ ହୋଇଥିଲା । ଆଜି ଚକ ଅଖ ଡେରା ନୀତି ସମ୍ପାଦନ ହୋଇଛି। ସକାଳ ଧୂପ ନୀତି ସରିବା ପରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଘଣ୍ଟ, ଛତା, ବିଜେ କାହାଳି ସହ ପଟୁଆରରେ ରଥଖଳାକୁ ଆଜ୍ଞା ମାଳ ବିଜେ ହୋଇଥିଲା। ଆଜ୍ଞାମାଳ ରଥଖଳାରେ ପହଞ୍ଚିବା ପରେ ଭୋଇ ସେବକ ମାନେ ତିନି ରଥର ଦୁଇଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ଡେରା ନୀତି ସମ୍ପର୍ଣ୍ଣ କରିଥିଲେ। ପ୍ରଥମେ ତଳଧ୍ଵଜ, ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥର ନାହାକା ଚକ ଅଖ ଡେରା ହୋଇଥିଲା। ଏହା ପରେ ପୂଜାପଣ୍ଡା ଆଣିଥିବା ଆଜ୍ଞା ମାଳ ରଥ ଚକରେ ପ୍ରଦାନ କରି ନୀତି ସମ୍ପାଦନ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଶୃଙ୍ଖଳାର ସହ ରଥ ନିର୍ମାଣ କାର୍ଯ୍ୟ ଜାରିରହିଛି ।

Also Read- ଓସିଆଇ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

Add Zee News as a Preferred Source

Also Read- E-ZERO FIR: ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା, ଇ-ଜିରୋ FIR ବ୍ୟବସ୍ଥାର ପାଇଲଟ ପ୍ରୋଜେକ୍ଟ ଶୁଭାରମ୍ଭ

About the Author