Advertisement
Article Detail0/zeeodisha/odisha2780534
Zee OdishaOdisha StateBaikunthanath Sarangi: ଆଜି ଗିରଫ ହୋଇପାରନ୍ତି ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ

Baikunthanath Sarangi: ଆଜି ଗିରଫ ହୋଇପାରନ୍ତି ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ

ଭୁବନେଶ୍ୱର: ଅବସର ଦିନରେ ଗିରଫ ହୋଇପାରନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ। ତେବେ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ତାଙ୍କ ଘର ଉପରେ ଚଢାଉ ଜାରି ରଖିଛି।      ତେବେ ଆଜି ତାଙ୍କୁ ଗିରଫ କରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି। ଏଠାରେ କହି ରଖୁ କି ଶୁକ୍ରବାର

Baikunthanath Sarangi: ଆଜି ଗିରଫ ହୋଇପାରନ୍ତି ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ

Baikunthanath Sarangi: ଭୁବନେଶ୍ୱର: ଅବସର ଦିନରେ ଗିରଫ ହୋଇପାରନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ। ତେବେ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ତାଙ୍କ ଘର ଉପରେ ଚଢାଉ ଜାରି ରଖିଛି।      ତେବେ ଆଜି ତାଙ୍କୁ ଗିରଫ କରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି। ଏଠାରେ କହି ରଖୁ କି ଶୁକ୍ରବାର ବୈକୁଣ୍ଠଙ୍କ ଘର ଉପରେ ଚଢାଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।

ଚଢାଉ ସମୟରେ ଭିଜିଲାନ୍ସର ଅଧିକାରୀମାନେ ନଗଦ ୨.୫୬ କୋଟି ଟଙ୍କା ଜବତ କରିଥିଲେ। ଏହା ସହିତ ବ୍ୟାଙ୍କରେ ୧.୫ କୋଟି ଟଙ୍କା ଜମା ରହିଥିବା ନେଇ ମଧ୍ୟ ଭିଜିଲାନ୍ସ ପକ୍ଷରୁ ସୂଚନା ରହିଛି। ଏହା ସହିତ ୧.୧ କିଲୋଗ୍ରାମର ସୁନା, ସେୟାର ବଜାରରେ ୨.୭ କୋଟି ଟଙ୍କାର ନିବେଶ, ୨ଟି ବହୁତଳ ବିଶିଷ୍ଟ କୋଠା, ୨ଟି ଫ୍ଲାଟ, ୭ଟି ବହୁମୂଲ୍ୟର ଜମି, ୧୫ଟି ଦାମୀ ବିଦେଶୀ ଘଣ୍ଟା, ଗୋଟିଏ ୪ ଚକିଆ, ଗୋଟିଏ ଦୁଇ ଚକିଆ, ଅନୁଗୋଳ, ଭୁବନେଶ୍ୱର, ପୁରୀ ଓ କଟକରେ ଘର ରହିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ରହିଛି। 

ଏଠାରେ କହି ରଖୁ କି ଶୁକ୍ରବାର ଭୋର ସମୟରେ ଭିଜିଲାନ୍ସ ଇଞ୍ଜିନିୟର ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଚଢ଼ଉ କରିଥିଲା। ମାତ୍ର ଏହାର ସୁରାକ ପାଇଁ ଶ୍ରୀ ଷଡ଼ଙ୍ଗୀ ଝରକା ଖୋଲି ବାହାରକୁ ଫିଙ୍ଗିଥିଲେ ନଗଦ ୧ କୋଟି ବେ ୫ ଲକ୍ଷ ଟଙ୍କା। ଭିଜିଲାନ୍ସ ଟିମ୍କୁ ଦେଖି ଏମିତି ମିତି କାଣ୍ଡ କରିଥିଲେ । ଭୁବନେଶ୍ଵର ପିଡିଏନ୍ ଏକୋଟିକ ଫ୍ଲାଟ, ଅନୁଗୁଳ ପୈତୃକ ଘର, ଅଫିସ୍, ପୁରୀ ଫ୍ଲାଟ୍ ସହ ମୋଟ ୭ଟି ସ୍ଥାନରେ ଚଢ଼ାଉ ହୋଇଛି। ଏହି ସମୟରେ ତାଙ୍କ ପାଖ କରୁ ୨ କୋଟି ୫୬ ଲକ୍ଷ ନଗଦ ଟଙ୍କା ସହ ୧୫ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି।

Add Zee News as a Preferred Source

ବୈକୁଣ୍ଠନାଥ ଷଡଙ୍ଗୀ ମେ ୩୧ ତାରିଖରେ ଚାକିରିରୁ ଅବସର ନେଇଥାନ୍ତେ। ଅବସର ପୂର୍ବରୁ ସେ କୋଟି କୋଟି ଟଙ୍କା ଆଦାୟ କରିଥିଲେ। ମାର୍ଚ୍ଚ ମାସରୁ ସେ ଟଙ୍କା ଆଦାୟ କରି ଘରେ ଗଚ୍ଛିତ ରଖିଥିଲେ। ଏ ବିଷୟରେ ଖବର ପାଇ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ତାଙ୍କ ଘରେ ଚଢ଼ଉ ପାଇଁ କୋର୍ଟକୁ ଅନୁମତି ମାଗିଥିଲା। ଅନୁମତି ମିଳିବା ପରେ ଶୁକ୍ରବାର ଭିଜିଲାନ୍ସର ୭ଟି ଟିମ୍ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ ଆରମ୍ଭ କରିଥିଲା।

About the Author