)
Vigilance Raid: ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଛନ୍ତି । ପୁରୀ ଡିଭିଜନାଲ ଫରେଷ୍ଟ ଅଫିସ ପୂର୍ବତନ ସହକାରୀ ବନ ସଂରକ୍ଷକ ସୁରେଶ ଚନ୍ଦ୍ର ରଥଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆଜି କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଓଡ଼ିଶା ଭିଜିଲାନ୍ସ ଦ୍ୱାରା PC ଆଇନ, ୧୯୮୮ ର ଧାରା ୧୩(୨) r/w ୧୩(୧)(e) ଅନୁଯାୟୀ ସୁରେଶ ଚନ୍ଦ୍ର ରଥଙ୍କ ଆୟଠୁ ଅଧିକ ସମ୍ପତ୍ତି (DA) ରଖିବା ପାଇଁ ଚାର୍ଜସିଟ୍ କରାଯାଇଥିଲା । ତାଙ୍କୁ ମାନ୍ୟବର ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭୁବନେଶ୍ୱର ଦୋଷୀ ସାବ୍ୟସ୍ତ କରିଛନ୍ତି । ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଓଡ଼ିଶା ଭିଜିଲାନ୍ସ ଏବେ ପୁରୀର ଡିଭିଜନାଲ ଫରେଷ୍ଟ ଅଫିସ ଅବସରପ୍ରାପ୍ତ ପୂର୍ବତନ ସହକାରୀ ବନ ସଂରକ୍ଷକ (ACF) ସୁରେଶ ଚନ୍ଦ୍ର ରଥଙ୍କ ପେନସନ ବନ୍ଦ କରିବା ପାଇଁ ଅଧିକାରୀଙ୍କ ନିକଟରେ ଆବେଦନ କରିବ ବୋଲି ସୂଚନା ମିଳିଛି।