)
ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି SRCଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ‘ବାତ୍ୟା’ ସମୀକ୍ଷା କରିଛନ୍ତି । SRC, OSDMA, ଅନ୍ୟ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ବତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂ ମଧ୍ୟ ଉପସ୍ଥିତ ରହିଥିଲେ।
ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ୮ ଜିଲ୍ଲା ରେଡ୍ ଜୋନ୍ରେ ରହିଛି । ସେଗୁଡିକ ମଧ୍ୟରେ ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି । ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, ଜଗତସିଂହପୁର ମଧ୍ୟ ପ୍ରଭାବିତ ହୋଇପାରେ । କେବଳ ରେଡ୍ ନୁହେଁ, ସମସ୍ତ ପ୍ରକାର ୱାର୍ଣ୍ଣିଂ ପାଇଁ ସଜାଗ କରୁଛୁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ, ସମ୍ଭାବ୍ୟ ସ୍ଥିତିକୁ ଦେଖି ଜଳଭଣ୍ଡାର ଉପରେ ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବ ବୋଲି ସେ କହିବା ସହ ଏକଥା ମଧ୍ୟ କହିଛନ୍ତି ଯେ, ଗଜପତିର ହରଭଂଗି ଓ ରାୟଗଡ଼ାର ବଡ଼ନଳାର ଜଳଧାରଣ ୯୦%କୁ ଖସାଯାଇଛି ଏବଂ ପ୍ରଭାବିତ ଆଶଙ୍କା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
କୋରାପୁଟରେ ଦେଖିବାକୁ ମିଳିଛି ସମ୍ଭାବ୍ୟ ବାତ୍ୟାର ଲକ୍ଷଣ । ହଠାତ୍ ବଦଳିଲା ପାଗରେ ପରିବର୍ତ୍ତନ ଆସିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ପାଇଛି ।