Advertisement
Article Detail0/zeeodisha/odisha2747901
Zee OdishaOdisha StateOdisha News: ପୁରୀ ବିମାନବନ୍ଦର ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା ,ଆଧ୍ୟାତ୍ମିକ ପର୍ଯ୍ୟଟନ ଓ ଆର୍ଥିକ ବୃଦ୍ଧି ପାଇଁ ଏକ ଗେଟୱେ

Odisha News: ପୁରୀ ବିମାନବନ୍ଦର ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା ,ଆଧ୍ୟାତ୍ମିକ ପର୍ଯ୍ୟଟନ ଓ ଆର୍ଥିକ ବୃଦ୍ଧି ପାଇଁ ଏକ ଗେଟୱେ

Odisha News: ଓଡିଶା ପାଇଁ ଏକ ଐତିହାସିକ ଘଟଣାରେ,ପୁରୀର ପ୍ରସ୍ତାବିତ ବିମାନବନ୍ଦରକୁ ଭାରତ ସରକାର ଦ୍ୱାରା ଗ୍ରୀନଫିଲ୍ଡ ବିମାନବନ୍ଦର ଭାବରେ ଅନୁମୋଦନ ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପୁରୀର ବିମାନ ଯୋଗାଯୋଗକୁ ବୃଦ୍ଧି କରିବା ସହ ବ୍ୟାପକ ଭାବେ ପର୍ଯ୍ୟଟନ ଓ ଆର୍ଥିକ ସମ୍ଭାବନାକୁ ଖୋଲିବ।

ଆଜି ଗୃହ ଓ ନଗର ଉନ୍ନୟନ ତଥା ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ପ୍ରକଳ୍ପ ସ୍ଥଳୀକୁ ପରିଦର୍ଶନ କରିଥିଲେ। ପରିଦର୍ଶନ ପରେ ସେ ଉକ୍ତ ପ୍ରକଳ୍ପର ଜମି ଅଧିଗ୍ରହଣ, ପୁନଃସ୍ଥାପନ ଇତ୍ୟାଦି ଦିଗରେ  ସମୀକ୍ଷା କରିଥିଲେ। ସେ କହିଛନ୍ତି  ଯେ  “ପୁରୀ ବିମାନବନ୍ଦର କେବଳ ଗଠନାତ୍ମକ ପ୍ରକଳ୍ପ ନୁହେଁ; ଏହା ଏକ ଭବିଷ୍ୟତ ମୁଖୀ ଗେଟୱେ ଯାହା ପୁରୀକୁ ଜାଗତିକ ଆଧ୍ୟାତ୍ମିକ ପର୍ଯ୍ୟଟନ ମାନଚିତ୍ରରେ ଉତ୍ତୋଳନ କରିବ। ଗ୍ରୀନଫିଲ୍ଡ ମାନ୍ୟତା ପାଇଁ  ଆମେ ବର୍ତ୍ତମାନ ବିଶ୍ୱ ମାନଦଣ୍ଡ ଅନୁଯାୟୀ ଉନ୍ନୟନକୁ ତ୍ୱରାନ୍ୱିତ କରିପାରିବୁ।”

ଭାରତର ସବୁଠୁ ପବିତ୍ର ତୀର୍ଥକ୍ଷେତ୍ରମାନଙ୍କ ମଧ୍ୟରେ ଗଣ୍ୟ, ଏବଂ ଚାରିଧାମ ମଧ୍ୟରୁ ଗୋଟିଏ ଥିବା ପୁରୀ ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ନୂତନ ବିମାନବନ୍ଦର ରାଷ୍ଟ୍ରୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକମାନେ ସହଜ ଭାବେ ଆସିପାରିବେ ବୋଲି ଆଶା, ଯାହା ଅତିଥିଶାଳୀ, ପରିବହନ ଓ ସେବା , ନିବେଶ ଓ ଚାକିରି ସୃଷ୍ଟିକୁ ଉତ୍ସାହିତ କରିବ।

Add Zee News as a Preferred Source

ଓଡିଶା ସରକାର, ଏୟାରପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାଥୀଙ୍କ ସହିତ ମିଳି ଏହି ପ୍ରକଳ୍ପକୁ ଦ୍ରୁତ କାର୍ଯ୍ୟକାରୀ କରିବା ଦିଗରେ  କାମ କରୁଛନ୍ତି। ପରିବେଶ ସନ୍ତୁଳନ, ପୌରାଣିକ ଧାରାହାର ରକ୍ଷା, ଓ ସମାବେଶମୂଳକ ବିକାଶକୁ ଗୁରୁତ୍ୱ ଦିଆଯାଉଛି।ଗ୍ରୀନଫିଲ୍ଡ ମାନ୍ୟତା ମିଳିବା ସହିତ, ପୁରୀ ବିମାନବନ୍ଦର ପ୍ରକଳ୍ପ ବର୍ତ୍ତମାନ ଏକ ନୂଆ କାର୍ଯ୍ୟନ୍ୱୟନ ଅବସ୍ଥାରେ ପ୍ରବେଶ କରିଛି—ଏହା ଓଡିଶାକୁ ଜାଗତିକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳ ବନେଇବାରେ ଏକ ଦୃଷ୍ଟିଭଙ୍ଗୀପୂର୍ଣ୍ଣ ପଦକ୍ଷେପ।

About the Author