Advertisement
Article Detail0/zeeodisha/odisha2686047
Zee OdishaOdisha StateRoad Accident: ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତାରେ ବସକୁ ଧକ୍କା ଦେଲା କାର, ଘଟଣାସ୍ଥଳରେ ୨ ମୃତ

Road Accident: ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତାରେ ବସକୁ ଧକ୍କା ଦେଲା କାର, ଘଟଣାସ୍ଥଳରେ ୨ ମୃତ

Road Accident: ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପିଚୁକୁଳି ଆଦର୍ଶ ବିଦ୍ୟାଳୟ ନିକଟରେ ପୁଣି ଅଘଟଣ । ଯାତ୍ରୀବାହୀ ବସ ସହ କାର ମୁଁହାମୁହିଁ ଧକା ହେବା ଫଳରେ କାରରେ ଥିବା ଦୁଇଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବସରେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଆଜି ସକାଳୁ ଘନ କୁହୁଡି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । 

ସୂଚନା ଅନୁଯାଇ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପିଚୁକୁଳି ନିକଟ ଆଦର୍ଶ ବିଦ୍ୟାଳୟ ନିକଟରେ ନୟାଗଡ଼ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ବିଶାଖାକୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ମାରୁତି ସେଲେରୀଓ କାର ମୁଁହାମୁହିଁ ଧକା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ କାରରେ ଥିବା ଜଣେ ମହିଳା ଓ ପୁରୁଷ କାର ଭିତରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି । ସେପଟେ ଦୁର୍ଘଟଣା ଗସ୍ତ ବସଟି ରାସ୍ତା କଡ଼କୁ ପଶି ଯାଇଥିବା ବେଳେ ବସରେ ଥିବା ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚିବାରେ ବିଳମ୍ବକୁ ନେଇ ଉତେଜନା ଲାଗି ରହିଛି । ସେପଟେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଉଭୟ ଦମ୍ପତି ହୋଇଥିବା ଅନୁମାନ କରାଯାଉଛି ।

Add Zee News as a Preferred Source
About the Author