)
Road Accident: ପାରାଦୀପ ଜିରୋ ପଏଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଉପରେ ଚଢିଗଲା ଗ୍ୟାସ ଟ୍ୟାଙ୍କର ଗାଡି। ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ। ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ଗରଜ ଗାଁ ର ପ୍ରଭାତ ପାତ୍ର ବୋଲି ଜଣାପଡିଛି। ପ୍ରଭାତ ସକାଳୁ ପାରାଦୀପ ରିଫାଇନାରୀ ପାଇପଲାଇନ୍ କୁ କାମ କରିବା ପାଇଁ ମୋଟର ସାଇକେଲରେ ଆସୁଥିବା ବେଳେ ଗ୍ୟାସ ଟ୍ୟାଙ୍କର ଗାଡି ଟି ବାଇକ୍ ପଛରେ ଧକ୍କା ଦେବା ସହ ବାଇକ୍ ଉପରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ଲକଥାନା ପୋଲିସ ପହଞ୍ଚି ଗ୍ୟାସ ଟ୍ୟାଙ୍କର ଗାଡି କୁ ଜବତ କରିବା ସହିତ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ ଚଳାଇଛି।