Advertisement
Article Detail0/zeeodisha/odisha2764379
Zee OdishaOdisha StateRoyal Families Politics: ବିଜେଡିକୁ ଦୂରଉଛନ୍ତି ରାଜ ପରିବାର !

Royal Families Politics: ବିଜେଡିକୁ ଦୂରଉଛନ୍ତି ରାଜ ପରିବାର !

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଓଡ଼ିଶାର ଗଡ଼ଜାତ ଓ ଏହାର ରାଜପରିବାରଙ୍କ ଅନେକ ଗୁରୁତ୍ୱପୂରଣ୍ଣ ଭୂମିକା ରହିଆସିଛି। ଭିନ୍ନ ଭିନ୍ନ ଦଳରେ ବା ନିର୍ଦ୍ଦଳୀୟ ଭାବେ ସେମାନେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇ ପରିବର୍ତ୍ତିତ ଗଣତନ୍ତ୍ରରେ ଜଣେ ଜଣେ ଲୋକପ୍ରତିନିଧି ଭାବେ ପରିଚୟ ହାସଲ କରିଛନ୍ତି। ଏ କ୍ଷେତ୍ରରେ ବିଜୁ ଜନତା ଦଳ ସବୁଠାର

Royal Families Politics: ବିଜେଡିକୁ ଦୂରଉଛନ୍ତି ରାଜ ପରିବାର !

Royal Families Politics: ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଓଡ଼ିଶାର ଗଡ଼ଜାତ ଓ ଏହାର ରାଜପରିବାରଙ୍କ ଅନେକ ଗୁରୁତ୍ୱପୂରଣ୍ଣ ଭୂମିକା ରହିଆସିଛି। ଭିନ୍ନ ଭିନ୍ନ ଦଳରେ ବା ନିର୍ଦ୍ଦଳୀୟ ଭାବେ ସେମାନେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇ ପରିବର୍ତ୍ତିତ ଗଣତନ୍ତ୍ରରେ ଜଣେ ଜଣେ ଲୋକପ୍ରତିନିଧି ଭାବେ ପରିଚୟ ହାସଲ କରିଛନ୍ତି। ଏ କ୍ଷେତ୍ରରେ ବିଜୁ ଜନତା ଦଳ ସବୁଠାରୁ ଅଧିକ ରାଜପରିବାର ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। କିନ୍ତୁ ଏବେ ରାଜପରିବାର ଓ ଏହାର ଦାୟାଦମାନେ ଏହି ଦଳଠୁ ନିଜକୁ ଦୂରେଇ ରଖୁଛନ୍ତି। ଏପରିକି ଦଳ ମଧ୍ୟ ସେମାନଙ୍କୁ ରାଜନୀତିକ ବ୍ୟାପାରଠାରୁ ଦୂରରେ ରଖିଛି। 

ଗତ ନିର୍ବାଚନରେ ୧୨ ଟି ରାଜ ପରିବାର ସଦସ୍ୟଙ୍କୁ  ବିଭିନ୍ନ ଦଳ ଟିକଟ ଦେଇଥିଲେ। ସେଥିରୁ ୮ଟି ଟିକଟ ବିଜେଡିର ଥିଲା। ଜିତିଥିବା ପ୍ରାର୍ଥୀଙ୍କ ଭିତରେ ୫ ଜଣ ରାଜପରିବାର ଦାୟାଦ ରହିଛନ୍ତି। ପ୍ରତାପ କେଶରୀ ଦେବ, କଳିକେଶ ସିଂହଦେଓ, କନକ ବର୍ଦ୍ଧନ ସିଂହ ଦେଓ ପ୍ରମୁଖ ବିଧାୟକ ଭାବେ ରାଜ୍ୟ ବିଧାନସଭାର ସଦସ୍ୟ ହୋଇଥିବା ବେଳେ ମାଳବିକା କେଶରୀ ଦେଓ ଏବଂ ସଙ୍ଗୀତା କୁମାରୀ ସିଂହଦେଓ ହେଉଛନ୍ତି ସାଂସଦ। ଅର୍ଥାତ୍‍ ବିଜେଡି ଟିକଟରେ ମାତ୍ର ଦୁଇଜଣ ହିଁ ବିଜୟ ଲାଭ କରିପାରିଛନ୍ତି।  

ନିର୍ବାଚନରେ ଅନେକ ରାଜାଙ୍କ ପରାଜୟ ଏବଂ ନିର୍ବାଚନ ପୂର୍ବରୁ ରାଜ ପରିବାର ପ୍ରତି ବିଜେଡିର ଆଭିମୁଖ୍ୟରେ ପରିବର୍ତ୍ତନ ଅନେକ ସମୟରେ ଚର୍ଚ୍ଚା ହୋଇ ଆସିଛି। ଏବେ ନିର୍ବାଚନ ପରବର୍ତ୍ତୀ ସମୟରେ ଏହି ରାଜପରିବାରଙ୍କ ପ୍ରତି ଦଳ ଆହୁରି କଠୋର ହୋଇଥିବା ଜଣାପଡ଼ିଛି। ଅର୍ଥାତ୍‍ ଏହି ପରିବାର ସଦସ୍ୟଙ୍କୁ ନା ବିଜେଡିର ଉପଯୁକ୍ତ ପଦମର୍ଯ୍ୟାଦା ମିଳିଛି ନା ସଂଗଠନରେ ସୁଯୋଗ। 

Add Zee News as a Preferred Source

ପ୍ରଥମେ ମୟୁରଭଞ୍ଜ କଥା। ଏକଦା ଏହି ପରିବାରର ସଦସ୍ୟ ପ୍ରବୀଣ ଭଞ୍ଜ ଦେଓଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ସୀମା ନିର୍ଦ୍ଧାରଣ ପରେ ତାଙ୍କୁ ମୋରଡ଼ାରୁ ଟିକଟ ଦେଇଥିଲା ବିଜେଡି। ୨୦୦୯ ଏବଂ ୨୦୧୪ ନିର୍ବାଚନରେ ସେ ବିଜୟଲାଭ କରିଥିଲା।  କିନ୍ତୁ ୨୦୧୯ ପରେ ତାଙ୍କର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳିଲା ନାହିଁ।  ତାଙ୍କୁ ଟିକଟ ଦେଲା ନାହିଁ ଦଳ। ଏପରିକି ତାଙ୍କ ପରିବାରରୁ କାହାକୁ ମଧ୍‍ୟ ଦଳରେ ଆଉ ସ୍ଥାନ ମିଳିଲା ନାହିଁ। ସେ ଦୂରେଇଲେ ନା ତାଙ୍କୁ ଦୂର କରିଦିଆଗଲା ତାହା ଏବେ ବି ପ୍ରଶ୍ନବାଚୀ ଭିତରେ ରହିଛି ।

ଦ୍ୱିତୀୟରେ ଆଳି ନିର୍ବାଚନ ମଣ୍ଡଳୀ କଥା। ଏହି ନିର୍ବାଚନମଣ୍ଡଳୀରେ ଆଳି ରାଜପରିବାରର ଗୁରୁତ୍ୱ ରହି ଆସିଛି। ଏବେବି ଏହି ଆସନରୁ ପ୍ରତାପ ଦେବ ସଦସ୍ୟ ରହିଛନ୍ତି। ସମୟ ଏମିତି ଥିଲା ଯେ, ପ୍ରତାପ ଦେବ ଦଳର ପ୍ରତିଟି କାର୍ଯ୍ୟକ୍ରମରେ ଆଗୁଆ ଦିଶୁଥିଲେ। ହେଲେ ଏବେ ଦଳର ନବ ଘୋଷିତ କାର୍ଯ୍ୟକାରୀ କମିଟି ହେଉ ବା ରାଜନୀତିକ ବ୍ୟାପାର କମିଟିରେ ତାଙ୍କୁ ସ୍ଥାନୀତ କରାଯାଇ ନାହିଁ। 

ଦେବଗଡ଼ ବା ବାମଣ୍ଡାରେ ରାଜ ପରିବାର ଭିତରେ ଗଣ୍ଡଗୋଳ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲା ବିଜେଡି। ବାମଣ୍ଡା ରାଜା ନିତିଶ ଗଙ୍ଗଦେବ ବିଜେପିର ଟିକଟରୁ ସମ୍ବଲପୁର ସାଂସଦ ଭାବେ କାର୍ଯ୍ୟ କରୁଥିବାବେଳେ   ୨୦୨୪ ନିର୍ବାଚନରେ  ନିତିଶଙ୍କ  ପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ବିଜେଡିକୁ ଆଣିଥିଲା ଦଳ। ଖାଲି ସେତିକି ନୁହେଁ ତାଙ୍କୁ ଟିକଟ ବି ଦେଇଥିଲା। ହେଲେ କିଛି ସମୟ ପରେ ତାଙ୍କୁ ପୁଣି ସେଥିରୁ ବଞ୍ଚିତ କରାଯାଇଥିଲା। ଏବେ ଅରୁନ୍ଧତୀଙ୍କ ଠିକଣା ବିଜେଡିରେ କେଉଁଠି ତାହା ତାଙ୍କୁ ବି ଜଣା ନଥିବ।

ପଶ୍ଚିମାଞ୍ଚଳରେ ଅନ୍ୟତମ ପ୍ରତିଷ୍ଠିତ ରାଜ ପରିବାର ସଦସ୍ୟ ହେଉଛନ୍ତି ପୁଷ୍ପେନ୍ଦ୍ର ସିଂହ ଦେଓ। ତାଙ୍କୁ ରାଜ୍ୟରେ ମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା। କିନ୍ତୁ ତାଙ୍କ ସ୍ଥିତି ଦଳରେ ଏବେ କ’ଣ ତାହା କହିବା ମୁସ୍କିଲ। ଅନୁଗୁଳ ରାଜପରିବାର ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହଙ୍କୁ ଦଳ ସମ୍ମାନ ଦେବାକୁ ଯାଇ ତାଙ୍କ ପତ୍ନୀଙ୍କୁ ଟିକଟ ଦେଇଥିଲା। ସେ ହାରିଲେ ସତ୍ୟ କିନ୍ତୁ ନିଜର ସତ୍ତା ହରାଇଲେ ତାହା ଅସତ୍ୟ ନୁହେଁ। 

ଧରାକୋଟ ରାଣୀ ଗୀତାଞ୍ଜଳୀ ଦେବୀ ଏବଂ ଚିକିଟି କୁମାର ଶ୍ରୀରୂପ ଦେବଙ୍କ ଅବସ୍ଥା ନକହିଲେ ଭଲ। ଏମାନେ ନବାଗତ ଚେହେରା। ହେଲା ବିଜେଡିର କୋର ଟିମ୍‍ରେ ସେମାନଙ୍କୁ ବି ସ୍ଥାନ ଦିଆଯାଇ ପାରି ନାହିଁ। 

ଏହା ପ୍ରମାଣିତ କରୁଛି ଯେ, ନିର୍ବାଚନ ଆସିଲେ ହିଁ ଦଳ ରାଜ ପରିବାରର ସଦସ୍ୟଙ୍କୁ ଖୋଜୁଛି। କିନ୍ତୁ ସଂଗଠନ ମଜଭୁତ କରିବା ବା ସେମାନଙ୍କୁ ପୂରା୍ଣ୍ଣକାଳୀନ ରାଜନେତା ଭାବେ ଗଢ଼ିବା ପାଇଁ ଚାହୁଁନି ଦଳ। 

ଅତୀତରେ ଏହି ହିନିମାନିଆ ଆଚରଣରେ ଅତିଷ୍ଠ ହୋଇ କିଛି ରାଜପରିବାର ସଦସ୍ୟ ବିଜେଡି ଛାଡ଼ି ଅନ୍ୟ ଦଳକୁ ବି ଯାଇଥିଲେ। ସେମାନଙ୍କ ଭିତରେ କଳାହାଣ୍ଡି ଓ ନୟାଗଡ଼ କଥା ଉଲ୍ଲେଖ କରାଯାଇପାରେ। ନୟାଗଡ଼ରେ ରାଣୀ ପ୍ରତ୍ୟୁଷା କୁମାରୀଙ୍କୁ ଦଳ ସାଂସଦ ଭାବେ ପଠାଇଥିଲା। କିନ୍ତୁ ଏହା ପରେ ତାଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ କରି  ପ୍ରତ୍ୟୁଷା ଦଳ ଛାଡ଼ିଥିଲେ। ଠିକ୍‍ ସେହିପରି କଳାହାଣ୍ଡିରେ ପୂର୍ବରୁ ସାଂସଦ ଥିବା ଅର୍କ କେଶରୀ ଦଳ ଛାଡ଼ି ବିଜେପି ଶିବିରରେ ରହିଛନ୍ତି। ତାଙ୍କ ପତ୍ନୀ ବିଜେପି ଟିକଟରେ ଏବେ ସାଂସଦ ରହିଛନ୍ତି। 
 ବିଜେଡିର ଏହି ଆଚରଣ ସ୍ପଷ୍ଟ କରୁଛି ଯେ, ରାଜା ବା ଏହି ପରିବାରର ସଦସ୍ୟମାନେ ପୂର୍ଣ୍ଣକାଳୀନ ରାଜନେତା ନୁହନ୍ତି। କିନ୍ତୁ ଏଲମାନଙ୍କ ପାଖରେ ଭୋଟ ରହିଛି। ଏଣୁ ଦଳର କୋର ଟିମରେ ତାଙ୍କୁ ନନେଇ ଯେମିତି ଚାହିଁଲେ ସେମିତି ନଚାଇବାକୁ ଶ୍ରେଷ୍ଠ ଭାବିଛି ଦଳ। ଆଉ କେବଳ ନିଜର ସ୍ୱାର୍ଥକୁ ଜାବୁଡ଼ି ରାଜ ପରିବାରର ସଦସ୍ୟମାନେ ବି ସେଇ ଇଙ୍ଗିତରେ ନାଚୁଥିବା ଲକ୍ଷ୍ୟ କରାଯାଇଛି।

About the Author