Rss chief: ଶ୍ରୀମନ୍ଦିରର ବିଭିନ୍ନ ନିଷ୍ପତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଙ୍କରାଚାର୍ଯ୍ୟଙ୍କର ମତାମତ ନିଆଯାଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ।
Trending Photos
ପୁରୀ: ପୁରୀ ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ଏହି ଅବସରରେ ଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ଆରଏସଏସର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି।
ଏହି ଅବସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି ଯେ, ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଉଦବେଗର ବିଷୟ। ଏହା ତୁରନ୍ତ ବନ୍ଦ ହେବା ଉଚିତ। ଶାନ୍ତି ପ୍ରତିଷ୍ଠା ଦ୍ବାରା ସବୁକିଛି ଉନ୍ନତି ହୋଇପାରିବ।
ଅନ୍ୟପଟେ ଶ୍ରୀମନ୍ଦିରର ବିଭିନ୍ନ ନିଷ୍ପତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଙ୍କରାଚାର୍ଯ୍ୟଙ୍କର ମତାମତ ନିଆଯାଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟରେ ଅଯଥା ରାଜନୈତିକ ହସ୍ତକ୍ଷେପ ବନ୍ଦ ହେବା ଉଚିତ୍ ବୋଲି ସେ ମତ ରଖିଛନ୍ତି। ସେହିପରି ଦେଶରେ ଗୋ ହତ୍ୟା ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସରକାର ଏନେଇ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ।