ଦୀଘାରେ ଉଦ୍ଘାଟିତ ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ । ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି । ଏନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି । ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି ବୋଲି କହିଛନ୍ତି ସୁଦର୍ଶନ। ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ । କିନ୍ତୁ ‘ଜଗନ୍ନାଥ ଧାମ’ ନାଁ କଦାପି ଗ୍ରହଣୀୟ ନୁହେଁ ବୋଲି ସେ ମତ ରଖିଛନ୍ତି ।
Trending Photos
)
Sri Jagannath Dham Issue:ପୁରୀ: ଦୀଘା ଠାରେ ନୂତନ ଭାବେ ଉଦଘାଟନ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଚାରିଆଡେ ବଢିବାରେ ଲାଗିଛି ଅସନ୍ତୋଷ। ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଜଗନ୍ନାଥ ମନ୍ଦିର କଲେ, ହେଲେ କାହିଁକି ଏହାର ନାମ ‘ଜଗନ୍ନାଥ ଧାମ’ ରଖାଗଲା ବୋଲି ନେଇ, ତାକୁ ନେଇ ବିବାଦ। ଏହି କ୍ରମରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜଙ୍କୁ ଚିଠି ଲେଖିଛନ୍ତି।
ସେ ଲେଖିଛନ୍ତି, ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ ପ୍ରଶଂସାଯୋଗ୍ୟ, କିନ୍ତୁ ଏହାକୁ ଜଗନ୍ନାଥ ଧାମ ଲେଖାଯିବା ଆଦୌ ଗ୍ରହଣୀୟ ନୁହେଁ। ଏଣୁ ଏହି ଘଟଣା ପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବା ଲାଗି ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ବିନମ୍ର ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ ତାଙ୍କ ଚିଠିରେ ଲେଖିଛନ୍ତି କି
ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ଉତ୍ସର୍ଗୀକୃତ ଏକ ନୂତନ ମନ୍ଦିର ନିର୍ମାଣ ପ୍ରକୃତରେ ପ୍ରଶଂସନୀୟ। କିନ୍ତୁ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଏହାକୁ "ଜଗନ୍ନାଥ ଧାମ" ଭାବରେ ଦର୍ଶାଇଯାଇଛି। ଯାହା ସମଗ୍ର ବିଶ୍ୱରେ ମହାପ୍ରଭୁ ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି। ଆମର ପବିତ୍ର ଶାସ୍ତ୍ର ଅନୁଯାୟୀ, କେବଳ ଗୋଟିଏ ସ୍ୱୀକୃତିପ୍ରାପ୍ତ ଜଗନ୍ନାଥ ଧାମ ଅଛି, ଯାହା ଓଡ଼ିଶାର ପୁରୀରେ ଅଛି। ଅନ୍ୟ କୌଣସି ସ୍ଥାନ ପାଇଁ ଏହି ସମ୍ମାନଜନକ ଆଖ୍ୟା ବ୍ୟବହାର କରିବା ଦ୍ୱାରା ଧାର୍ମିକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ହିନ୍ଦୁ ଧର୍ମର ଦୀର୍ଘ ଦିନର ଆଧ୍ୟାତ୍ମିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟର ବିପରୀତ କାର୍ଯ୍ୟ ହୋଇପାରେ।
ଗଭୀର ସମ୍ମାନ ସହିତ ମହାପ୍ରଭୂ ଜଗନ୍ନାଥଙ୍କ ପ୍ରତି ତୁମର ଅଦମ୍ୟ ଭକ୍ତି ପ୍ରକାଶ କର ଏବଂ ଧନୀ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ତୁମର ଆନ୍ତରିକ ଉଦ୍ୟମ ବହୁଳ ଭାବରେ ସ୍ୱୀକୃତିପ୍ରାପ୍ତ। ମୁଁ ନମ୍ରତାର ସହିତ ଏହି ବିଷୟ ପ୍ରତି ତୁମର ଦୟାଳୁ ଅନୁରୋଧ ଏବଂ ସମ୍ମାନର ସହିତ ତୁମକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛି ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ।
ସେପଟେ ଏହି ମାମଲାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି।ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତତନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାକୁ ବ୍ୟବସ୍ଥା କରାଯାଉ। କେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ମଧ୍ୟ କରାଯାଉ ବୋଲି ସେ ଏକ ଚିଠି ଲେଖିଛନ୍ତି।
ଏହି କ୍ରମରେ ଏବେ ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦରେ ନିଜର ପ୍ରତିକ୍ରିୟା ରଖି ଏହାକୁ ନିନ୍ଦା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏନେଇ ନିଜ ଏକ୍ସରେ ଏକ ପୋଷ୍ଟ ଜାରି କରି ବର୍ଷିଛନ୍ତି। କହିଛନ୍ତି, ଭାରତରେ କେବଳ ଚାରୋଟି ଧାମ ଅଛି ଏବଂ ପୁରୀରେ ଥିବା ଜଗନ୍ନାଥ ଧାମ ସେମାନଙ୍କ ମଧ୍ୟରୁ ଗୋଟିଏ। ଦୀଘାରେ ଉଦ୍ଘାଟିତ ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ । ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି । ଏନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି । ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି ବୋଲି କହିଛନ୍ତି ସୁଦର୍ଶନ। ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ । କିନ୍ତୁ ‘ଜଗନ୍ନାଥ ଧାମ’ ନାଁ କଦାପି ଗ୍ରହଣୀୟ ନୁହେଁ ବୋଲି ସେ ମତ ରଖିଛନ୍ତି ।