Advertisement
Article Detail0/zeeodisha/odisha2352992
Zee OdishaOdisha Stateବିଏସକେୱାଇ କାର୍ଡ ଜାଗାରେ ଏଣିକି ଲାଗୁ ହେବ ଏହି ଯୋଜନା...

ବିଏସକେୱାଇ କାର୍ଡ ଜାଗାରେ ଏଣିକି ଲାଗୁ ହେବ ଏହି ଯୋଜନା...

Odisha budget: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଇଛି। ସେହିପରି ୨୦୨୭ ସୁଦ୍ଧା ରାଜ୍ୟରେ ଏହା ସୃଷ୍ଟି କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭, ୯୪୨ କୋଟି ବ୍ୟୟବରାଦ କରାଯାଇଛି।

ବିଏସକେୱାଇ କାର୍ଡ ଜାଗାରେ ଏଣିକି ଲାଗୁ ହେବ ଏହି ଯୋଜନା...

ଭୁବନେଶ୍ଵର: ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି। ତାଙ୍କର ସରକାରର ପ୍ରଥମ ବଜେଟ ଉପସ୍ଥାପନ କରିବା ତାଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ ବୋଲି ଏହି ଅବସରରେ ସେ କହିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା( ବିଏସକେୱାଇ) ଜାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଛନ୍ତି ସରକାର। ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସଲେସ ସେବା ମିଳିବ। ଅନ୍ୟପଟେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଇଛି। 

ସେହିପରି ୨୦୨୭ ସୁଦ୍ଧା ରାଜ୍ୟରେ ଏହା ସୃଷ୍ଟି କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭, ୯୪୨ କୋଟି ବ୍ୟୟବରାଦ କରାଯାଇଛି। ଏପରିକି ବଜେଟ୍‌ରେ ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଯଶୋଦା’ ଅଣାଯାଇଛି। ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଏହି ଯୋଜନା କରାଯାଇଛି। ଯଶୋଦା ଯୋଜନା ପାଇଁ ବଜେଟରେ ୮୩ କୋଟିର ବ୍ୟବସ୍ଥା କରାଯାଇଛି। 

Add Zee News as a Preferred Source
About the Author