Advertisement
Article Detail0/zeeodisha/odisha2670926

School Building Color: ସ୍କୁଲ ପୋଷାକ ପରେ ଏବେ ବଦଳିବ କୋଠାର ରଙ୍ଗ

ଭୁବନେଶ୍ଵର: ବଦଳିବ ସରକାରୀ ସ୍କୁଲର ରଙ୍ଗା ଗେରୁଆ ରଙ୍ଗରେ ଚମକିବ ରାଜ୍ୟର ସମସ୍ତ ସ୍କୁଲ କୋଠା କେବଳ ସରକାରୀ ନୁହେଁ, ପିଏମ୍‌ଶ୍ରୀ ସ୍କୁଲଗୁଡ଼ିକର ରଙ୍ଗ ମଧ୍ୟ ଗେରୁଆ କରାଯିବ ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍ ଅନୁସାରେ ସ୍ଥିର ହେବ ଏଥିସହ କୌଣସି ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବ

School Building Color: ସ୍କୁଲ ପୋଷାକ ପରେ ଏବେ ବଦଳିବ କୋଠାର ରଙ୍ଗ

School Building Color: ଭୁବନେଶ୍ଵର: ବଦଳିବ ସରକାରୀ ସ୍କୁଲର ରଙ୍ଗା ଗେରୁଆ ରଙ୍ଗରେ ଚମକିବ ରାଜ୍ୟର ସମସ୍ତ ସ୍କୁଲ କୋଠା କେବଳ ସରକାରୀ ନୁହେଁ, ପିଏମ୍‌ଶ୍ରୀ ସ୍କୁଲଗୁଡ଼ିକର ରଙ୍ଗ ମଧ୍ୟ ଗେରୁଆ କରାଯିବ ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍ ଅନୁସାରେ ସ୍ଥିର ହେବ ଏଥିସହ କୌଣସି ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ସମୟରେ ତାହାର ରଙ୍ଗକୁ ମଧ୍ୟ ବଦଳାଯିବ। ଏ ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କର୍ତ୍ତୃପକ୍ଷ (ଓସେପା) ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲର ରଙ୍ଗ ଅରେଞ୍ଜ ଟ୍ୟାନ୍- ଏନ୍ ବା ଗେରୁଆ କରିବାକୁ କୁହାଯାଇଛି।

 

ରାଜ୍ୟରେ ସରକାର ବଦଳିବା ପରେ ରଙ୍ଗ ବଦଳିବା ରାଜନୀତି ଜୋର ଧରିଛି। ନୂଆ ସରକାର ଗଠନ ପରେ ସରକାରୀ କୋଠା ଓ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିଥିଲା। ସରକାରୀ କୋଠା ଗେରୁଆ ହୋଇଥିବା ବେଳେ ପିଲାଙ୍କ ଡ୍ରେସ୍ ବାଦାମୀ କରାଯାଇଥିଲା। ପୂର୍ବ ସରକାର ଅର୍ଥାତ୍ ବିଜେଡି ଶାସନ ସମୟରେ ବିଦ୍ୟାଳୟ କୋଠା, ସରକାରୀ କାର୍ଯ୍ୟାଳୟ, ଥାନା, ହସ୍ପିଟାଲଗୁଡ଼ିକର ରଙ୍ଗ ସବୁଜ ହୋଇଥିଲା ।

ଆବଶ୍ୟକ‌ତା ନ ଥିଲେ ମଧ୍ୟ ବାଧ୍ୟତାମୂଳକ ରଚ ରଙ୍ଗ ବଦଳାଯାଇଥିଲା ନୂଆ ସରକାର ଆସିବା ପରେ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କୋଠା ଗେରୁଆ ରୁଆ କରିବାକୁ ନିଷ୍ପତ୍ତ ପରେ ରଙ୍ଗ ରାଜନୀତି ଜୋର ଧରିଛି। ପ୍ରଶ୍ନ ଉଠୁଛି, ଭିତ୍ତିଭୂମି ଓ ଶିକ୍ଷକ ପୂରଣ ଭଳି ସମସ୍ୟାକୁ ସଜଡାଯିବା ବଦଳରେ ରଙ୍ଗ ରାଜନୀତିରେ କାହାର ଫାଇଦା ହେବ ? ବିଜେପି ନେତାଙ୍କ ଯୁକ୍ତି ହେଉଛି ଯେ ଗେରୁଆ ଛାତ୍ରଛାତ୍ରୀଙ୍କ ମନରେ ତ୍ୟାଗ ଓ ଦେଶାତ୍ମବୋଧକ ମନୋଭାବ ସୃଷ୍ଟି କରିବା ତେବେ ବିଜେଡି ନେତାମାନେ କହିଛନ୍ତି ଯେ ରଙ୍ଗରେ ନୁହେଁ, ଢଙ୍ଗରେ ପରିବର୍ତ୍ତନ ଆଣୁ ରାଜ୍ୟ ସରକାର।

About the Author