Advertisement
Article Detail0/zeeodisha/odisha2671935

Budget session: ଆଜିଠୁ ପୁଣି ବିଧାନସଭା, ୨୯ରେ ବଜେଟ୍‍ ଗ୍ରହଣ

ଭୁବନେଶ୍ୱର: ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଏହା ଏପ୍ରିଲ ୫ ତାରିଖ ଯାଏ ଚାଲିବ। ମାର୍ଚ୍ଚ ୨୯ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ବା ଉପସ୍ଥାପନ ହୋଇଥିବା ବଜେଟ ପୂର୍ଣ୍ଣ ଅନୁମୋଦନ ପାଇଁ ଭୋଟ ଗ୍ରହଣ କରାଯିବ।   ଆଜି ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବା କାର୍ଯ

Budget session: ଆଜିଠୁ ପୁଣି ବିଧାନସଭା, ୨୯ରେ ବଜେଟ୍‍ ଗ୍ରହଣ

Budget session: ଭୁବନେଶ୍ୱର: ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଏହା ଏପ୍ରିଲ ୫ ତାରିଖ ଯାଏ ଚାଲିବ। ମାର୍ଚ୍ଚ ୨୯ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ବା ଉପସ୍ଥାପନ ହୋଇଥିବା ବଜେଟ ପୂର୍ଣ୍ଣ ଅନୁମୋଦନ ପାଇଁ ଭୋଟ ଗ୍ରହଣ କରାଯିବ।  

ଆଜି ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ୧୦ ତାରିଖରୁ ବାଭାଗଓ୍ୱାରୀ ବଜେଟ୍‍ ଆଲୋଚନା ହୋଇ  ସେ ସମ୍ପର୍କରେ ଲୋକ ପ୍ରତିନିଧିଙ୍କ ରାୟ ଗ୍ରହଣ କରାଯିବ। ଏହା ୨୮ ତାରିଖ ଯାଏ ଚାଲିବ। ପରମ୍ପରା ଅନୁସାରେ ବଜେଟ୍‍ ଅଧିବେଶନ ୨ଟି ପର୍ଯ୍ୟାୟରେ ବସିଥାଏ। ପ୍ରଥମ ଅଧିବେଶନ ଫେବୃୟାରୀ ୧୩ରୁ ଆରମ୍ଭ ହୋଇ ୨୧ ତାରିଖ ଯାଏ ଚାଲିଥିଲା। 

ସରକାରୀ କାର୍ଯ୍ୟକ୍ରମ ଭିତରେ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇୋ ଦାବି କରିପାରନ୍ତି। ଏହି ଆଳରେ ସରକାରଙ୍କୁ ଘେରିବା ମଧ୍ୟ ହୋଇପାରେ। ମୁଖ୍ୟ ବିରୋଧୀ ହେଉ ବା କଂଗ୍ରେସ ଏହି ସମୟରେ ବିରୋଧ ସ୍ୱରକୁ ତୀବ୍ର କରି ପାରନ୍ତି। ବିଶେଷ କରି ରାଜ୍ୟ ପଞ୍ଚାୟତିରାଜ ଦିବସ ଉଚ୍ଛେଦ, ଧାନମଣ୍ଡିରେ ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ସ୍ୱର ଉଠାଇ ପାରନ୍ତି।

Add Zee News as a Preferred Source
About the Author