)
Odisha News: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ ପୁଣି ମିଳିଲା ସଫଳତା । ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ଚିନ୍ତଲନାଡ ଜଙ୍ଗଲରେ କୁମିଂ ଅପରେସନ ଚାଲିଥିବା ବେଳେ ଜବାନଙ୍କ ହାତରେ ଧରା ପଡିଲେ ପାଞ୍ଚ ଜଣ ହାଡକୋର ମାଓବାଦୀ । ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଲାଗି ବିସ୍ଫୋରକ ସାମଗ୍ରୀ ନେଇ ଜଙ୍ଗଲ ଭିତରେ ଲୁଚି ରହିଥିବା ବେଳେ ଜବାନଙ୍କ ହାତରେ ଧରା ପଡିଛନ୍ତି ଏମାନେ । ଏମାନେ ସମସ୍ତେ ହେଉଛନ୍ତି ମାଓବାଦୀଙ୍କExplosi ve ଟିମ ର ସଦସ୍ୟ । ପଚରା ଉଚୁରା କରିବା ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୁକୁମା ଏସପି କିରଣ ଚୌହାନ ସୁଚନା ଦେଇଛନ୍ତି ।