Advertisement
Article Detail0/zeeodisha/odisha3032114
Zee OdishaOdisha StateOdisha News: ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ସଞ୍ଜୀବନୀ’ର ଶୁଭାରମ୍ଭ, ୬୦୦ରୁ ଅଧିକ ପିଲା ଉପକୃତ

Odisha News: ଅଙ୍ଗନବାଡି କେନ୍ଦ୍ରରେ 'ଶିଶୁ ସଞ୍ଜୀବନୀ’ର ଶୁଭାରମ୍ଭ, ୬୦୦ରୁ ଅଧିକ ପିଲା ଉପକୃତ

ଭୁବନେଶ୍ୱର:କାଶୀପୁର ଏବଂ ଭବାନୀପାଟଣାର ୨୫ଟି ଅଙ୍ଗନ ବାଡି କେନ୍ଦ୍ରରେ ଶିଶୁ ସଞ୍ଜୀବନୀ ନାମକ ଏକ ପୁଷ୍ଟିକର ପରିପୂରକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। ଶିଶୁମାନଙ୍କ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ଯାହାଦ୍ୱାରା ୩ରୁ୬ ବର୍ଷ ବୟସର ୬୦୦ରୁ ଅଧିକ ପିଲା ଉପକୃତ ହେଉଛନ୍ତି। ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଦ୍ୱାରା ବିକଶିତ ଶିଶୁ ସଞ୍

 Odisha News: ଅଙ୍ଗନବାଡି କେନ୍ଦ୍ରରେ 'ଶିଶୁ ସଞ୍ଜୀବନୀ’ର ଶୁଭାରମ୍ଭ, ୬୦୦ରୁ ଅଧିକ ପିଲା ଉପକୃତ

Odisha News:ଭୁବନେଶ୍ୱର:କାଶୀପୁର ଏବଂ ଭବାନୀପାଟଣାର ୨୫ଟି ଅଙ୍ଗନ ବାଡି କେନ୍ଦ୍ରରେ ଶିଶୁ ସଞ୍ଜୀବନୀ ନାମକ ଏକ ପୁଷ୍ଟିକର ପରିପୂରକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। ଶିଶୁମାନଙ୍କ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ଯାହାଦ୍ୱାରା ୩ରୁ୬ ବର୍ଷ ବୟସର ୬୦୦ରୁ ଅଧିକ ପିଲା ଉପକୃତ ହେଉଛନ୍ତି।

ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଦ୍ୱାରା ବିକଶିତ ଶିଶୁ ସଞ୍ଜୀବନୀ ଆଇସିଏମ୍ଆର୍-ଏନ୍ଆଇଏ ନିର୍ଦ୍ଦେଶାବଳୀ ଅନୁଯାୟୀ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ସମୃଦ୍ଧ, ଯାହା ଅଙ୍ଗନବାଡି କର୍ମୀଙ୍କ ଜରିଆରେ ନିରାପଦ ଏବଂ ନିୟମିତ ପୁଷ୍ଟିକର ଖାଦ୍ୟ ଗ୍ରହଣ ସୁନିଶ୍ଚିତ କରିଥାଏ।ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କର ପୁଷ୍ଟିକର ମୂଳଦୁଆକୁ ଶୈଶବରୁ ସୁଦୃଢ଼ କରିବା, ଅପପୁଷ୍ଟି ହ୍ରାସ କରିବା ଏବଂ ସାମଗ୍ରିକ ବିକାଶକୁ ସମର୍ଥନ କରିବା।

ଏହି କାର୍ଯ୍ୟକ୍ରମ ବେଦାନ୍ତର ଫ୍ଲାଗସିପ୍ କାର୍ଯ୍ୟକ୍ରମ ନନ୍ଦଘରକୁ ପରିପୂରକ କରୁଛି। ଯାହା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ସହଭାଗିତାରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନର ପକ୍ଷରୁ ୨୦୧୫ରେ ଆରମ୍ଭ ହୋଇଥିଲା। ନନ୍ଦଘର ମାଧ୍ୟମରେ ବେଦାନ୍ତ ଦେଶବ୍ୟାପୀ ଅଙ୍ଗନବାଡି ଭିତ୍ତିଭୂମିର ଆଧୁନିକୀକରଣ କରିଛି। ନିରାପଦ ଏବଂ ସୁସଜ୍ଜିତ ପ୍ରାରମ୍ଭିକ ଶିକ୍ଷା ସୃଷ୍ଟି କରିଛି। କେବଳ ଓଡ଼ିଶାରେ ୫୩୧ଟି ନନ୍ଦଘର ପ୍ରାକ ବିଦ୍ୟାଳୟ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ଘରକୁ ରାସନ ପ୍ରଦାନ। ସହାୟକ ନର୍ସମାନଙ୍କ ମାଧ୍ୟମରେ ମୌଳିକ ସ୍ୱାସ୍ଥ୍ୟ ସେବା ଏବଂ ମହିଳାମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟ କ୍ରମ ପ୍ରଦାନ କରିଥାଏ।

Add Zee News as a Preferred Source

ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, ଏହି ପଦକ୍ଷେପ ଶୈଶବ ପୋଷଣକୁ ମଜବୁତ କରିବା ଏବଂ ସାମଗ୍ରିକ ଗୋଷ୍ଠୀ ବିକାଶକୁ ସମର୍ଥନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ପ୍ରୟାସ ମାଧ୍ୟମରେ ଆମେ ରାଷ୍ଟ୍ରୀୟ ପୋଷଣ ମାସର ଦେଶବ୍ୟାପୀ ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଛୁ। ଯାହା ସୁନିଶ୍ଚିତ କରୁଛି ଯେ ପିଲାମାନେ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକ୍ଷେତ୍ରରେ ଦୃଢ଼ ମୂଳଦୁଆ ପାଇପାରିବେ ।

ରାୟଗଡ଼ାର କାଶୀପୁର ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀ ଜ୍ୟୋସ୍ନା ବାରିକ କହିଛନ୍ତି ଯେ ବେଦାନ୍ତର ଏଭଳି ପଦକ୍ଷେପ ପିଲାମାନଙ୍କ ପାଇଁ ବହୁତ ସହାୟକ ହୋଇଛି। ଲଡ଼ୁ ପୁଷ୍ଟିକର ଏବଂ ପିଲାମାନେ ଏହାକୁ ଆଗ୍ରହର ସହ ଗ୍ରହଣ କରନ୍ତି ଏବଂ ଆମେ ଅନୁଭବ କରୁଛୁଯେ ସେମାନେ ଅଙ୍ଗନବାଡ଼ିରେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପାଉଛନ୍ତି।

About the Author