)
Odisha Assembly winter session: ଓଡ଼ିଶାରେ ୨୫୮୫ ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିନା ଚାଲିଛି। ଶୁକ୍ରବାର ରାଜ୍ୟ ବିଧାନସଭାରେ ସ୍କୁଲ ଏବଂ ଗଣଶିକ୍ଷା (SME) ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ରାଜ୍ୟରେ ୪,୮୪୯ଟି ସରକାରୀ ହାଇସ୍କୁଲ ଅଛି ଏବଂ ୨,୫୮୫ଟି ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ଅଛି।
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହା ମଧ୍ୟ କହିଛନ୍ତି ଯେ ପଦୋନ୍ନତି ମାଧ୍ୟମରେ ଏହି ଖାଲି ପଦବୀ ପୂରଣ ପ୍ରକ୍ରିୟା ଚାଲିଛି।
ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ରାଜ୍ୟରେ ସରକାରୀ ହାଇସ୍କୁଲ ସଂଖ୍ୟା ଏବଂ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ମାଗିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି।
ଏହା ସମେତ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ମନ୍ତ୍ରୀ ଗୃହରେ ନିଜର ଉତ୍ତର ରଖିଛନ୍ତି। ଲିଖିତ ଉତ୍ତର ଅନୁସାରେ ଆଦର୍ଶ ବିଦ୍ୟାଳୟରେ ୩୧୫ ପ୍ରିନ୍ସିପାଲ ପଦବୀରୁ ୨୬୧ ପଦବୀ ଖାଲି ପଡ଼ିଛି। ସେହିପରି ୧୮୫ ଭାଇସ ପ୍ରିନ୍ସିପାଲ ପଦବୀ ବି ଫାଙ୍କା ପଡ଼ିଛି।