Snehashish Ganguly: କିଛିଟା ଟଙ୍କା ଲୋଭରେ ପର୍ଯ୍ୟଟକଙ୍କ ଜୀବନ ସହିତ ଖେଳ ଖେଳୁଥିବା କମ୍ପାନୀର ବ୍ୟବସାୟ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇବା ପାଇଁ ଦାବି କରିଛନ୍ତି ଉଦ୍ଧାର ହୋଇଥିବା ପର୍ଯ୍ୟଟକ।
Trending Photos
Snehashish Ganguly: ଗତକାଲି ପୁରୀ ସମୁଦ୍ରରେ ବଡ଼ ଅଘଟଣ ପ୍ରସଙ୍ଗ। ସ୍ପିଡ ବୋଟ୍ ରେ ପର୍ଯ୍ୟଟକମାନେ ଜଳକ୍ରୀଡା କରୁଥିବା ବେଳେ ଗଭୀର ସମୁଦ୍ରରେ ଓଲଟି ପଡିଥିଲା ସ୍ପିଡ ବୋଟ। ଟିକେ ନଜର ପକାନ୍ତୁ ଏହି ଭିଜୁଆଲ ଉପରେ। ଓ୍ବାଟର ସ୍ପୋର୍ଟସ ଗେମ୍ ସମୟରେ ଏକ ବଡ଼ ଲହଡ଼ି ଆସିବାରୁ ଭାରତର ପୂର୍ବତନ ଅଧିନାୟକ ତଥା କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ଓ ଭାଉଜ ଗଭୀର ସମୁଦ୍ରରେ ଭାରସାମ୍ୟ ହରାଇବାରୁ ସ୍ପିଡ ବୋଟ୍ ଟି ଓଲଟିପଡିଥିଲା।
ତେବେ ବେଳାଭୂମିରେ ଉପସ୍ଥିତ ଲାଇଫ ଗାର୍ଡଙ୍କ ତ୍ଵରିତ କାର୍ଯ୍ୟ ଯୋଗୁ ଚାରିଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ବଞ୍ଚିଗଲା। ଗତକାଲି ଅର୍ଥାତ୍ ଶନିବାର ସନ୍ଧ୍ୟା ସମୟରେ ଲାଇଟ୍ ହାଉସ ନିକଟ ହୋଟେଲ ସୋନାର୍ ବାଙ୍ଗଲା ସମ୍ମୁଖ ବେଳାଭୂମିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ସ୍ପିଡ ବୋଟ୍ ବ୍ୟବସାୟ କରୁଥିବା ସଂସ୍ଥାର ଅନଭିଜ୍ଞ କର୍ମଚାରୀଙ୍କ ଯୋଗୁ ସ୍ପିଡ ବୋଟ୍ ଟି ଭାରସାମ୍ୟ ହରାଇ ଗଭୀର ସମୁଦ୍ରରେ ଓଲଟି ପଡିଥିବା ଅଭିଯୋଗ ହୋଇଛି। କିଛିଟା ଟଙ୍କା ଲୋଭରେ ପର୍ଯ୍ୟଟକଙ୍କ ଜୀବନ ସହିତ ଖେଳ ଖେଳୁଥିବା କମ୍ପାନୀର ବ୍ୟବସାୟ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇବା ପାଇଁ ଦାବି କରିଛନ୍ତି ଉଦ୍ଧାର ହୋଇଥିବା ପର୍ଯ୍ୟଟକ।