Kartika Purnima 2025: କାର୍ତ୍ତିକ ପୂର୍ଣ୍ଣମୀକୁ ନେଇ ଶ୍ରୀମନ୍ଦିରେ ସ୍ୱତନ୍ତ୍ର ବ୍ୟବସ୍ଥା...

Kartika Purnima 2025: ତେବେ ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ମହାପ୍ରଭୁଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥିଲା।ଏହି ବେଶରେ ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର ଶଙ୍ଖ ଧାରଣ କରିଥାନ୍ତି। ପ୍ରଭୁ ବଳଭଦ୍ର ମଧ୍ୟ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ହଳମୂଷଳ ଧାରଣ କରିଥାନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ର ମସ୍ତକରେ ଯେଉଁ ଚୂଳ ଧାରଣ କରିଥାନ୍ତି ସେଥିରେ ସୁବର୍ଣ୍ଣର କିଆ ଗୁଡ଼ିକ ଆଡ ବାଗିଆ ଲଗାଯାଇଥାଏ। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ବ୍ରତଧାରୀ ମାନେ ତୀର୍ଥପୁଷ୍କରିଣୀ ଓ ମହୋଦଧିରେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତକୁ ଉଦଯାପିତ କରିବେ।

Kartika Purnima 2025: କାର୍ତ୍ତିକ ପୂର୍ଣ୍ଣମୀକୁ ନେଇ ଶ୍ରୀମନ୍ଦିରେ ସ୍ୱତନ୍ତ୍ର ବ୍ୟବସ୍ଥା...

About the Author