Puri News: ଆଜି ଅପରାହ୍ନ ରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ।ଏଥିରେ ଆଗାମୀ ରାଜେନ୍ଦ୍ରଭିଷେକ ଠାରୁ ନୀଳିଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ନେଇ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯିବ। ତେବେ କୌଣସି ଭି ଦିନରେ ନୀତିରେ ଯେପରି ବିଳମ୍ବ ନହେବ ସେଥିପ୍ରତି ମଧ୍ୟ ବୈଠକରେ କରାଯିବ ଆଲୋଚନା।ଛତିଶାନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମାରେ ଜଳଲାଗି ସହ ହାତୀ ବେଶକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ନିଆଯିବ ନିଷ୍ପତ୍ତି । ସେହିପରି ଅନବସର ନୀତି, ଶ୍ରୀଗୁଣ୍ତିଚା ଯାତ୍ରା ଶୃଙ୍ଖଳିତ ଭାବେ ଶେଷ ନେଇ ମଧ୍ୟ ହେବ ଆଲୋଚନା। ତେବେ ଏହି ବୈଠକରେ ଛତିଶାନିଯୋଗ ର ମହାନାୟକ ଙ୍କ ସମେତ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ନିଯୋଗ ର କର୍ମକର୍ତା ମାନେ ଯୋଗଦାନ କରିବେ।
Trending Photos
)