Ratha Jatra: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଦିନ ୧୧ଟାରେ ଏହି ବୈଠକ ସ୍ଥିର କରାଯାଇଛି। ରଥଯାତ୍ରା ପରିଚାଳନା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ। ଗତକାଲି ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ନିର୍ଦ୍ଧାରଣ କରାଯାଇଛି। ତାହାକୁ ପରିଚାଳନା କମିଟିରେ ଗୃହୀତ କରାଯିବ। ଏଥର ବିରଳ ସଂଯୋଗ ଥିବାରୁ ସନ୍ଧ୍ୟାବେଳେ ରଥଟଣା ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ଆସନ୍ତା ମାସ ୬ ଅପରାହ୍ନ ୫ଟାରେ ତାରିଖ ଦିନ ପଟି ଦିଅଁଙ୍କ ଠାରୁ ରଥ ଖଳାକୁ ଆଜ୍ଞାମାଳ ବିଜେ ହେବ। ଛତିଶାନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ। ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଛି। ଆଜି ପରିଚାଳନା କମିଟି ବୈଠକରେ ଛତିଶାନିଯୋଗ ବୈଠକରେ ଚୂଡାନ୍ତ ନୀତିନିର୍ଘଣ୍ଟକୁ ଉପରେ ମୋହର ଲାଗିବ। ସେପଟେ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ଅନୁଯାୟୀ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜ୍ଞାମାଳ ବିଜେ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି। ଛତିଶାନିଯୋଗ ବୈଠକର ନିଷ୍ପତ୍ତି ଅନୁଯାୟୀ ପଟିଦିଁଅଙ୍କ ନିକଟରୁ ଆଜ୍ଞାମାଳ ଯିବାପରେ ରଥଖଳାରୁ ସିଂହଦ୍ଵାର ନିକଟକୁ ଦକ୍ଷିଣ ମୋଡ କରାଯିବ। ତେବେ ଚଳିତବର୍ଷ କ୍ଷୟ ଯୋଗୁଁ ଗୋଟିଏ ଦିନରେ ରଥଯାତ୍ରା, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ ସମସ୍ତ ନୀତିକାନ୍ତି କରାଯାଇ ଅପରାହ୍ନ ୫ଟାରେ ଅର୍ଥାତ ବିଳମ୍ବରେ ରଥଟଣା ହେବ।


ତେବେ ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ ଅନୁଯାୟୀ ରାତ୍ର ୨ଟାରେ ମଙ୍ଗଳ ଆଳତୀ, ଦଶବତାର ଠାକୁର ବାହୁଡାବିଜେ ୨.୪୦ରେ,୩ଟାରେ ଅଣସର ତାଟି ଫିଟିବ,୪ଟାରେ ନେତ୍ରୋତ୍ସବ ବନ୍ଦାପନା, ୩.୪୫ରେ ଦଇତାପତି ସର୍ବାଙ୍ଗ,୫. ୨୫ରେ ଦ୍ୱାରପାଳ ପୂଜା,ସକାଳ ୬ଟାରୁ ୭ଟା ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ, ୭.୩୦ରୁ ୧୨ ଟା ମଧ୍ୟରେ ସେନାପଟା ଲାଗି,ଦିନ ୧୧ଟାରେ ରଥ ପ୍ରତିଷ୍ଠା, ଦିନ ୧ଟାରେ ମଙ୍ଗଳାର୍ପଣ,ଦିନ। ୧.୧୦ରେ ଧାଡି ପହଣ୍ଡି ଆରମ୍ଭ ହେବ। ଦିନ ୨.୩୦ରେ ପହଣ୍ଡି ଶେଷ,ଅପରାହ୍ନ ୪ଟାରେ ଗଜନପତିଙ୍କ ଦ୍ୱାରା ଛେରାପହଁରା , ଅପରାହ୍ନ ୪ଟା ୩୦ରେ ଚାରଫିଟା ଓ ଘୋଡା ସାରଥୀ ଲାଗିବା ଓ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଚଳିତବର୍ଷ ୧୫ ତାରିଖ ଦିନ ବାହୁଡାଯାତ୍ରା ଓ ୧୭ ତାରିଖ ଦିନ ସୁନାବେଶ ଅନୁଷ୍ଠିତ ହେବ।