)
ଭୁବନେଶ୍ୱର: ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଖୁବଶୀଘ୍ର ଚିଟଫଣ୍ଡ ଜମାକାରୀ ଟଙ୍କା ଫେରସ୍ତ ପାଇବେ । ଯେଉଁ ୫ ଲକ୍ଷ ହିତାଧିକାରୀ ଅଛନ୍ତି ଯେଉଁମାନେ ଚିଟଫଣ୍ଡରେ ଟଙ୍କା ଜମା କରିଛନ୍ତି ସେମାନଙ୍କୁ ଟଙ୍କା ମିଳିବ । ବିଶେଷ କରି ସ୍ୱଳ୍ପ ଜମାକାରୀ ତଥା ୧୦ ହଜାର ଭିତରେ ଜମା କରିଥିଲେ ଏବଂ ସେମାନେ ଆବେଦନ କଲେ ତାଙ୍କୁ ତାଙ୍କ ପଇସା ଫେରସ୍ତ ଦିଆଯିବ ।
ମନମୋହନ ସାମଲ ଏକଥା ମଧ୍ୟ କହିଛନ୍ତି ଯେ, ସରକାରଙ୍କ ତରଫରୁ ଏ କାର୍ଯ୍ୟକ୍ରମ । ଯେଉଁ କଥା ଆମେ କହିଥିଲୁ ନିର୍ବାଚନ ସମୟରେ ସେଇଟା କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷାଧିକ ଲୋକ ପାଇଗଲେଣି । ଏଥର ଯେଉଁ ପାଇବେ ୧୦ ହଜାର ଟଙ୍କା ଭିତରେ ଯେଉଁମାନଙ୍କର ସ୍ୱଳ୍ପ ଜମାକାରୀ ପ୍ରାୟ ସରିଯିବ । ୫ ଲକ୍ଷ ଲୋକଙ୍କୁ ଦବାପାଇଁ ସରକାର ସ୍ଥିର କରିଛନ୍ତି ତେଣୁ ସେମାନେ ଆବେଦନ କରିବେ । ଆଧାର କାର୍ଡ ଦେବେ ଯାହା ଯାହା ଡକ୍ୟୁମେଣ୍ଟ ମାଗିଛନ୍ତି ସେମାନେ ଦେବେ । ଭେରିଫିକେସନ ପରେ ତାଙ୍କୁ ପଇସା ଫେରସ୍ତ ଦିଆଯିବ । ପ୍ରକ୍ରିୟାକ୍ରମେ ସବୁ କରାଯିବ । ଆଇନ ଅନୁଯାୟୀ ସବୁ ବ୍ୟବସ୍ଥା ଦୃତଗତିରେ ଚାଲିଛି ବୋଲି ମନମୋହନ କହିଛନ୍ତି।