ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଏସଟିଏଫ୍ ଜାଲରେ ବାଘଛାଲ ଶିକାରୀ। କଲରାପତରିଆ ବାଘଛାଲ ଡିଲ୍ ବେଳେ ଶିକାରୀଙ୍କୁ ମାଡ଼ିବସିଛି ଏସଟିଏଫ୍ ଟିମ୍। ବଲାଙ୍ଗିର ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା-ମନମୁଣ୍ଡା ରାସ୍ତା ମେହେରୁଣୀ ସେତୁ ନିକଟରେ ଚାଲିଥିଲା ଡିଲ୍। ଗିରଫ ଅଭିଯୁକ୍ତ ହେଲା ପରିବନ୍ଧ ଗ୍ରାମର ନାରାୟଣ ମାଝୀ। ଗିରଫ ପରେ ତାକୁ କଣ୍ଟାମାଳ ଜେଏମଏଫସି କୋର୍ଟରେ ହାଜର କରାଯାଇଛି। ଏନେଇ ଏସଟିଏଫ ପକ୍ଷରୁ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ଜବତ କଲରାପତରିଆ ବାଘ ଛାଲକୁ ପରୀକ୍ଷା ପାଇଁ ଡେରାଡୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନକୁ ପଠାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଅଭିଯୁକ୍ତକୁ ଅଧିକ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।