Advertisement
Article Detail0/zeeodisha/odisha2651299
Zee OdishaOdisha StateKIIT ଛାତ୍ରଛାତ୍ରୀଙ୍କ ପାଇଁ କଡା ସୁରକ୍ଷା ଦାବି କଲା ଛାତ୍ର ଫେଡେରେସନ

KIIT ଛାତ୍ରଛାତ୍ରୀଙ୍କ ପାଇଁ କଡା ସୁରକ୍ଷା ଦାବି କଲା ଛାତ୍ର ଫେଡେରେସନ

ପ୍ରେସ ରିଲିଜ ମାଧ୍ୟମରେ ଭାରତର ଛାତ୍ର ଫେଡେରେସନ ପକ୍ଷରୁ କୁହାଯାଇଛି ଯେ, ଗତକାଲି ୧୭/୦୨/୨୦୨୫ରେ କିଟ୍ ବିଶ୍ଵବିଦ୍ୟାଳୟରେ ଜଣେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ପ୍ରତ୍ୟକ୍ଷ ଭାବେ କର୍ତ୍ତୃପକ୍ଷ ଦାୟୀ । ଆତ୍ମହତ୍ୟା କରିଥିବା ଛାତ୍ରୀ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ମାନସିକ ନିର୍ଯ୍ୟାତନା, ଅପମାନ ଓ ଭେଦଭାବମୂଳକ ଆଚରଣ ସଂପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । 

KIIT ଛାତ୍ରଛାତ୍ରୀଙ୍କ ପାଇଁ କଡା ସୁରକ୍ଷା ଦାବି କଲା ଛାତ୍ର ଫେଡେରେସନ

ଭୁବନେଶ୍ୱର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ମରଣାତ୍ମକ ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଓ କ୍ୟାମ୍ପସ୍ ରେ ବିଦେଶୀ ଓ ସମସ୍ତ ଛାତ୍ରଙ୍କ କଡା ସୁରକ୍ଷା ପ୍ରଦାନ କରିବାକୁ ଭାରତର ଛାତ୍ର ଫେଡେରେସନ (ଏସ.ଏଫ୍,ଆଇ) ଓଡ଼ିଶା ରାଜ୍ୟ କମିଟି ଦାବି କରିଛି।

ପ୍ରେସ ରିଲିଜ ମାଧ୍ୟମରେ ଭାରତର ଛାତ୍ର ଫେଡେରେସନ ପକ୍ଷରୁ କୁହାଯାଇଛି ଯେ, ଗତକାଲି ୧୭/୦୨/୨୦୨୫ରେ କିଟ୍ ବିଶ୍ଵବିଦ୍ୟାଳୟରେ ଜଣେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ପ୍ରତ୍ୟକ୍ଷ ଭାବେ କର୍ତ୍ତୃପକ୍ଷ ଦାୟୀ । ଆତ୍ମହତ୍ୟା କରିଥିବା ଛାତ୍ରୀ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ମାନସିକ ନିର୍ଯ୍ୟାତନା, ଅପମାନ ଓ ଭେଦଭାବମୂଳକ ଆଚରଣ ସଂପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କିଟ୍ କର୍ତ୍ତୃପକ୍ଷ ଏଥିପ୍ରତି ସଚେତନ ରହି ଆଇନଗତ ଭାବେ, ପ୍ରତି ଅନୁଷ୍ଠାନରେ ଥିବା ଯୌନ ଉତ୍ପିଡନ କମିଟି ଜରିଆରେ ଘଟଣାର ତଦନ୍ତ କରି ପ୍ରତିଷେଧ ମୂଳକ ପଦକ୍ଷେପ ନେଇଥିଲେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟି ନଥାନ୍ତା।

ଛାତ୍ରୀଙ୍କ ଆତ୍ମହତ୍ୟା ପରେ କିଟ୍ ରେ ପଢୁଥିବା ନେପାଳର ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଛାତ୍ର ସମୁଦାୟ ପ୍ରତିବାଦ କରିବା ଏକ ସ୍ବାଭାବିକ ଘଟଣା । ଭିନ୍ନ ଭିନ୍ନ ସୂତ୍ରରୁ ଉପଲବ୍ଧ ଭିଡିଓରେ ପ୍ରଦର୍ଶିତ ହେଉଥିବା ଦୃଶ୍ୟରୁ ଜଣାପଡ଼ୁଛି କିଟ୍ କର୍ତ୍ତୃପକ୍ଷ ସଂଗଠିତ ଭାବେ ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ବଳପୂର୍ବକ କ୍ୟାମ୍ପସ୍ ରୁ ବାହାର କରି ବସରେ ନେଇ ରେଳ ଷ୍ଟେସନ ଓ ଅନ୍ୟ ସ୍ଥାନରେ ଛାଡ଼ିଦେଇ ଆସିବା ଅତ୍ୟନ୍ତ ଅମାନୁଷିକ ଓ ବର୍ବରତା । ସ୍ବାଧୀନ ଭାରତରେ ଏଭଳି ଘଟଣା ଘଟି ନଥିଲା । କିଟ୍ ବିଶ୍ୱବିଦ୍ୟାଳୟ ଏକ ଗୁଣ୍ଡାଙ୍କ ଆଡ଼ାସ୍ଥଳୀରେ ପରିଣତ ହୋଇଛି । ବ୍ୟବସାୟୀକ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ କିପରି ବର୍ବର ଓ ଅସଭ୍ୟ ଆଚରଣ କରିପାରନ୍ତି ଏହା ତାର ନଗ୍ନ ଉଦାହରଣ । କିଟ୍ କର୍ତ୍ତୃପକ୍ଷ ନିଜର ରାଜନୈତିକ କ୍ଷମତା ଓ ଶିକ୍ଷା ବେପାରରୁ ବିପୁଳ ବେନାମୀ ସମ୍ପଭିର ମାଲିକାନାର ଚରମ ଔଦ୍ଧତ୍ୟ ପ୍ରଦର୍ଶନ କରିଛନ୍ତି ବୋଲି ବାର୍ତ୍ତାରେ କହିଛି ଭାରତର ଛାତ୍ର ଫେଡେରେସନ।

Add Zee News as a Preferred Source

ଏହି ପୃଷ୍ଠଭୂମିରେ ଏସ. ଏଫ୍. ଆଇ ପକ୍ଷରୁ ସମଗ୍ର ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଓ କ୍ୟାମ୍ପସ୍ ରେ ସମସ୍ତ ଛାତ୍ରଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରୁଛୁ । ଏହି ଘଟଣା ଉପରେ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ କରିବାକୁ ଏସ .ଏଫ୍ .ଆଇ ଛାତ୍ର ସମାଜକୁ ନିବେଦନ କରୁଛି ବୋଲି ବାର୍ତ୍ତାରେ କୁହାଯାଇଛି । ଏସ୍ ଏଫ୍ ଆଇର ରାଜ୍ୟ ଆବାହକ ଶୁଭ୍ରାଂଶୁ ଶେଖର ଉଦଗାତା ଏବଂ ରାଜ୍ୟ ଉପଦେଷ୍ଟା ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ଏନେଇ ଚିଠି ଜାରି କରିଛନ୍ତି ।

Also Read- ହାତଲେଖା ଚିଠିକୁ ନେଇ IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା

Also Read- ମଶାଙ୍କ ସହ ଲଢ଼ିବାକୁ ୯ ମାସରେ ୬ କୋଟି ସ୍ୱାହା

About the Author