Advertisement
Article Detail0/zeeodisha/odisha2695430
Zee OdishaOdisha StateVande Bharat: ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ୍ ଉପରେ ପଥର ମାଡ଼; ତଦନ୍ତ ଜାରି

Vande Bharat: ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ୍ ଉପରେ ପଥର ମାଡ଼; ତଦନ୍ତ ଜାରି

Puri-Rourkela Vande Bharat: ବୁଧବାର ଦିନ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ କିଛି ଦୁର୍ବୃତ୍ତ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ର କାଲୁଙ୍ଗା ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି।

Puri-Rourkela Vande Bharat
Puri-Rourkela Vande Bharat

Puri-Rourkela Vande Bharat: ବୁଧବାର ଦିନ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ କିଛି ଦୁର୍ବୃତ୍ତ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ର କାଲୁଙ୍ଗା ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି।

ଏହି ପଥର ଫିଙ୍ଗା ଘଟଣାରେ ବନ୍ଦେ ଭାରତ ଏକ୍ସପ୍ରେସର ଦୁଇଟି ବଗିର ଝରକା କାଚ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ଅତି କମରେ ତିନି ଜଣ ଯାତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ପାଇ ସରକାରୀ ରେଳ ପୋଲିସ (GRP) ଏବଂ ରେଳ ସୁରକ୍ଷା ବଳ (RPF)ର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

fallback

Add Zee News as a Preferred Source

ରେଳବାଇର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଝରକା କାଚ ମରାମତି କରିଛନ୍ତି। ରେଳବାଇ କହିଛି, "ଆମର ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି। ସେମାନେ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଏବଂ ସେମାନଙ୍କର ଉଦ୍ଦେଶ୍ୟକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି। ପଥର ଫିଙ୍ଗା ଘଟଣାରେ କେହି ଆହତ ହୋଇ ନାହାଁନ୍ତି।"

କହିରଖୁଛୁ ଯେ ନଭେମ୍ବର ୨୦୨୩ରେ ମଧ୍ୟ ଓଡ଼ିଶାର ଢେଙ୍କାନାଳ-ଅଙ୍ଗୁଳ ରେଳ ସେକ୍ସନର ମେରାମଣ୍ଡାଲି ଏବଂ ବୁଢାପଙ୍କ ଷ୍ଟେସନ ମଧ୍ୟରେ କିଛି ଲୋକ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼ କରିଥିଲେ। ଏହି ଘଟଣାରେ ଏକ ଏକଜିକ୍ୟୁଟିଭ୍ କ୍ଲାସ କୋଚ୍‌ର ଝରକା କାଚ କ୍ଷତିଗ୍ରସ୍ତ ହୋଇଥିଲା।ଖବର ଅନୁଯାୟୀ ଟ୍ରେନ୍ ଉପରକୁ ପଥର ମାଡ଼ କରିଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରେଳ ଅଧିକାରୀଙ୍କ ଦ୍ୱାରା ପ୍ରୟାସ ଆରମ୍ଭ ହୋଇଛି। ଏହା ସମେତ ରେଳବାଇ ସାଧାରଣ ଲୋକଙ୍କୁ ଏପରି ଅପରାଧ କରିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛି।

 

About the Author