)
Super Cyclone: ଭୁବନେଶ୍ଵର: ଅକ୍ଟୋବର ୨୯... ସ୍ଥଳଭାଗ ଛୁଇଁଛି ବାତ୍ୟା ବାତ୍ୟା ମୋନ୍ଥା। ଆଉ ଆଜିକୁ ଠିକ୍ ୨୬ ବର୍ଷ ତଳେ ଓଡ଼ିଶାକୁ ଖିନଭିନ କରି ପକାଇଥିଲା ମହାବାତ୍ୟା। ଇତିହାସର ସବୁଠୁ ଭୟଙ୍କର ଘୂର୍ଣ୍ଣିଝଡ଼ରେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିଯାଇଥିଲା। ଶହଶହ ଜୀବନ ନେବା ସହିତ ରାଜ୍ୟର ଚିତ୍ର ବଦଳାଇଦେଇଥିଲା ଏହି ମହାବାତ୍ୟା। ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ସହ ପବନର ଘୁଘୁ ଗର୍ଜନ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶାର ଚିତ୍ର ବିଗାଡ଼ି ଦେଇଥିଲା।
ଖିନ୍ଭିନ୍ ହୋଇ ଯାଇଥିଲା ଲୋକଙ୍କ ଘରଦ୍ଵାର ଅକଥନୀୟ ଯନ୍ତ୍ରଣାରେ ଜର୍ଜରିତ ହୋଇଥିଲେ ଓଡ଼ିଶାବାସୀ କୁଡ଼କୁଡ଼ ଶବ ବୟାନ କରୁଥିଲା ବାତ୍ୟାର ଭୟଙ୍କର ଚିତ୍ର ଉପକୂଳବାସୀଙ୍କ ମନରେ ଆଜି ବି ସେଦିନର ସ୍ମୃତି ସତେଜ ରହିଥିବା ବେଳେ ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ବାତ୍ୟାର ସମ୍ମୁଖୀନ ହେଉଛି ଓଡ଼ିଶା କେବେ ଉପକୂଳରେ ସିଧାସଳଖ ମାଡ଼ ହେଉଛି ତ ଆଉ କେବେ ଘଷି ହୋଇ ଚାଲିଯାଉଛି ୧୯୯୯ରୁ ୨୦୨୫ ମଧ୍ୟରେ ୧୨ଟି ବାତ୍ୟାର ସମ୍ମୁଖୀନ ହୋଇଥିବା ଓଡ଼ିଶା ଆଉ ଏକ ବାତ୍ୟା ଦ୍ବାରା ଆଂଶିକ ପ୍ରଭାବିତ ହୋଇଛି। ତଥାପି ଧୈର୍ଯ୍ୟ, ସାହସର ସହ ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶାବାସୀ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଅକ୍ଟୋବରରେ ହିଁ ଓଡ଼ିଶା ବାରମ୍ବାର ବାତ୍ୟାର ସମ୍ମୁଖୀନ ହୋଇଛି ୧୯୯୯ ପରେ ୨୦୧୩ ଅକ୍ଟୋବର ୧୪ରେ ବାତ୍ୟା ‘ଫାଇଲିନ୍', ୨୦୧୪ ଅକ୍ଟୋବର ୧୨ରେ ‘ହୁଡ୍ହୁତ୍’, ୨୦୧୮ ଅକ୍ଟୋବର ୧୦ରେ ‘ତିତଲି'ର ସମ୍ମୁଖୀନ ହୋଇଥିଲା। ୨୦୧୯ରେ ହଠାତ୍ ବଦଳିଥିଲା ବାତ୍ୟାର ସମୟ ଅକ୍ଟୋବର ବଦଳରେ ମେ' ୩ରେ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା ବାତ୍ୟା ‘ଫନି’। ଯାହା ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଚିତ୍ର ବିଗାଡ଼ି ଦେଇଥିଲା ଆଗୁଆ ପଦକ୍ଷେପ ଦ୍ବାରା ଲୋକଙ୍କ ଜୀବନ ସିନା ବଞ୍ଚିଯାଇଥିଲା, ମାତ୍ର ଧନଜୀବନ କ୍ଷତି ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା ପୁରୀ, ଭୁବନେଶ୍ଵର, କଟକ ପରି ରାଜ୍ୟର ତିନୋଟି ପ୍ରମୁଖ ସହରର ଚିତ୍ରକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା ।
ମହାବାତ୍ୟା ପରେ ଅନେକ ବାତ୍ୟାର ସମ୍ମୁଖିନ ହେଲାଣି ଓଡ଼ିଶା। ୨୦୧୯ ନଭେମ୍ବର ୯ରେ ‘ବୁଲ୍ବୁଲ୍', ୨୦୨୦ ମେ' ୧୮ରେ ‘ଅନ୍’, ୨୦୨୧ ମେ’ ୨୫ରେ ‘ୟାସ୍’, ୨୦୨୧ ସେପ୍ଟେମ୍ବର ୨୬ରେ ‘ଗୁଲାବ୍’, ୨୦୨୧ ଡିସେମ୍ବର ୫ରେ ‘ଜୱାଦ୍', ୨୦୨୨ ମେ’ ୬ରେ ‘ଅସାନି’ ଓଡ଼ିଶାକୁ ସ୍ପର୍ଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ୨୦୨୪ରେ ପୁଣିଥରେ ସେହି ଅକ୍ଟୋବର ମାସରେ ଓଡ଼ିଶାକୁ ସିଧାସଳଖ ମାଡ଼ ହୋଇଥିଲା ବାତ୍ୟା ‘ଦାନା’ ଅକ୍ଟୋବର ୨୪ରେ କେନ୍ଦ୍ରାପଡ଼ା ଉପକୂଳରେ ମାଡ଼ ହୋଇଥିବା ବେଳେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଥିଲା ଗୋଟିଏ ବର୍ଷ ବ୍ୟବଧାନରେ ଏବେ ପୁଣି ଥରେ ଅକ୍ଟୋବର ମାସରେ ଓଡ଼ିଶା ଘଷି ହୋଇ ଆଗକୁ ବଢ଼ିଛି ବାତ୍ୟା ‘ମୋ' ୨୮ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଅମଲାପୁରମ୍ରେ ଲ୍ୟାଣ୍ଡଫଲ୍ କରିଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଅକ୍ଟୋବର ୨୯ରେ ପ୍ରଭାବ ପକାଇବ ବୋଲି ପୂର୍ବାନୁମାନ କରାଯାଇଛି, ଯାହାକି ୨୬ ବର୍ଷ ତଳର ଅକ୍ଟୋବର ୨୯ କଥା ମନେପକାଇ ଦେଉଛି!
ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଅକ୍ଟୋବର ହେଉଛି ବାତ୍ୟାପ୍ରବଣ ମାସ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଏହା ଲେଉଟାଣି ନେଉଥିବାରୁ ତାହା ବାତ୍ୟାନୁକୂଳ ପରିସ୍ଥିତି ସୃଷ୍ଟି କରିଥାଏ | ଏହି ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଲେଉଟାଣି ନେଉଥିବା ବେଳେ ଉତ୍ତର-ପୂର୍ବ ମୌସୁମୀ ବାୟୁର ଆଗମନ ସମୟ ବଙ୍ଗୋପସାଗରର ଉପରି ଭାଗର ତାପମାତ୍ରା ଅଧିକ ରହିଥାଏ। ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥାଏ, ଯାହାକି ଘୂର୍ଣ୍ଣିଝଡ଼ ସୃଷ୍ଟି କରେ ତେଣୁ ସମୁଦ୍ର ଅଶାନ୍ତ ହୋଇପଡ଼େ ଏହା ଅଧିକ ଘନୀଭୂତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନିଏ।