Advertisement
Article Detail0/zeeodisha/odisha2679523

Pravati Parida: ଟାଇ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରସ୍କୃତ

ସେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମଧ୍ଯ ଟାଇକୁ ଧନ୍ୟବାଦ ଜଣାଇଛନ୍ତି।

Pravati Parida: ଟାଇ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରସ୍କୃତ

Pravati Parida: ଭୁବନେଶ୍ୱର: ଟ୍ରାଭେଲ ଏଜେଣ୍ଟ ଆସୋସିଏସ ଅଫ୍ ଇଣ୍ଡିଆ (ଟାଇ) ପକ୍ଷରୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ପୁରସ୍କୃତ କରାଯାଇଛି। ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲ୍‌ଷ୍ଟୋନ ସ୍ଥାପନ ସହ ଆଗକୁ ନେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କୃତ କରାଯାଇଛି। ଉପମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଦିଲ୍ଲୀରେ ଆୟୋଜିତ ଏହି ଟାଇ ୱମେନ ଅଫ୍ ୱାଣ୍ଡର (ଓ୍ବାଅ) ଆୱାର୍ଡ କୁ ଓଡ଼ିଶା ଭବନର ଅଧିକାରୀ ସୂଚରିତା ଷଡ଼ଙ୍ଗୀ ଗ୍ରହଣ କରିଥିଲେ। ଏହି ଅବସରରେ ଟାଇର ସଭାପତି ସୁନିଲ କୁମାର ଆର କହିଛନ୍ତି ଯେ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ହିସାବରେ ସେ ଓଡ଼ିଶାର ପର୍ଯଟନ ବିକାଶକୁ ଆଗକୁ ନେଇଛନ୍ତି। ଓଡ଼ିଶାରେ ପର୍ଯ୍ୟାପ୍ତ ପର୍ଯ୍ୟଟନ କ୍ଷେତ୍ର ରହିଛି। ଏନେଇ ସେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମଧ୍ଯ ଟାଇକୁ ଧନ୍ୟବାଦ ଜଣାଇଛନ୍ତି।

Add Zee News as a Preferred Source
About the Author