)
କଟକ: କଟକ ଜିଲ୍ଲାର ଟାଙ୍ଗୀ ଥାନା IIC ଶିବ ପ୍ରସାଦ ଭଦ୍ରଙ୍କୁ ଚାକିରିରୁ ନିଲମ୍ୱନ କରିଛନ୍ତି ଡିଜିପି । ତାଙ୍କ ବିରୋଧରେ ଅସଦାଚରଣ ଏବଂ ଅବୈଧ ଅଟକ ଅଭିଯୋଗ ରହିଥିଲା ।
PMR-1940 ର ନିୟମ 840 ଅନୁଯାୟୀ IIC ଶିବ ପ୍ରସାଦ ଭଦ୍ରଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରିଛନ୍ତି ଜିଜିପି । ଏହି ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ, ସେ କଟକ DIG ପୋଲିସ, CRଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ବୋଲି କୁହାଯାଇଛି । ସେ ଓଡ଼ିଶା ସେବା ସଂହିତାର ନିୟମ 90 ଅନୁଯାୟୀ S.A. ଏବଂ D.A.ଙ୍କୁ ଗ୍ରହଣୀୟ ବୋଲି ଦର୍ଶାଇବେ। ଏନେଇ କଟକ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।