Advertisement
Article Detail0/zeeodisha/odisha2616228
Zee OdishaOdisha State୭୬ତମ ସାଧାରଣତନ୍ତ୍ର ଦିବସରେ ୧୦ ଦ୍ୱୀପରେ ଉଡ଼ିବ ତ୍ରିରଙ୍ଗା

୭୬ତମ ସାଧାରଣତନ୍ତ୍ର ଦିବସରେ ୧୦ ଦ୍ୱୀପରେ ଉଡ଼ିବ ତ୍ରିରଙ୍ଗା

Republic day: ଆସନ୍ତାକାଲି ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥର ରାଜ୍ୟରେ ଗଣତନ୍ତ୍ର ଦିବସ ଭବ୍ୟ ହେବ। ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯେପରି କାହାର କିଛି ଅସୁବିଧା ହେବ ନାହିଁ ତାହା ଉପରେ ନଜର ରଖାଯାଇଛି।ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସବୁ ପୁଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି। ଏଥିସହ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି।

୭୬ତମ ସାଧାରଣତନ୍ତ୍ର ଦିବସରେ ୧୦ ଦ୍ୱୀପରେ ଉଡ଼ିବ ତ୍ରିରଙ୍ଗା

ଭୁବନେଶ୍ଵର: ପ୍ରଥମଥର ଓଡିଶା ଉପକୂଳରେ ଥିବା ୧୦ ଦ୍ଵୀପରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ଡିଜି, ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି । ଏହି ସୂଚନା ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର। 

ଆସନ୍ତାକାଲି ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥର ରାଜ୍ୟରେ ଗଣତନ୍ତ୍ର ଦିବସ ଭବ୍ୟ ହେବ। ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯେପରି କାହାର କିଛି ଅସୁବିଧା ହେବ ନାହିଁ ତାହା ଉପରେ ନଜର ରଖାଯାଇଛି।ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସବୁ ପୁଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି। ଏଥିସହ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି ବୋଲି ଆଇନ ଶୃଙ୍ଖଳା ଏଡିଜି ସୂଚନା ଦେଇଛନ୍ତି। 

Add Zee News as a Preferred Source
About the Author