Advertisement
Article Detail0/zeeodisha/odisha2684615
Zee OdishaOdisha StateOdisha News: ସାହି ମଝିରେ ଖଣ୍ଡାଧାରୀଙ୍କ ଆତଙ୍କରାଜ ଘଟଣା, ଦୁଇ ଗିରଫ

Odisha News: ସାହି ମଝିରେ ଖଣ୍ଡାଧାରୀଙ୍କ ଆତଙ୍କରାଜ ଘଟଣା, ଦୁଇ ଗିରଫ

Odisha News:(ପ୍ରେମାନନ୍ଦ ପୂଜାରୀ) ସାରୁ ଗ୍ରାମର କାହ୍ନାଙ୍କ ପରିବାର ଲୋକେ କୌଣସି କାମରେ ରାଧାକୃଷ୍ଣ ସାହିର କାହ୍ନୁଙ୍କ ପରିବାର ଲୋକଙ୍କୁ ଟଙ୍କା ଧାର୍ ଦେଇଥିଲେ। ବକେୟା ଟଙ୍କା ପାଇଁ ବାରମ୍ବାର କହିବା ପରେ କାହ୍ନୁଙ୍କ ପରିବାରଲୋକେ ତାଙ୍କୁ ଟଙ୍କା ଫେରାଇନଥିଲେ। କାହ୍ନାଙ୍କ ବାପା ଓ ଜ୍ବାଇଁ ମିଶି ରବିବାର ଅପରାହ୍‌ଣରେ ରାଧାକୃଷ୍ଣ ସାହିରେ ପହଞ୍ଚି କାହ୍ନୁଙ୍କ ଘର ନିକଟକୁ ଯାଇଥିଲେ। 

Odisha News: ସାହି ମଝିରେ ଖଣ୍ଡାଧାରୀଙ୍କ ଆତଙ୍କରାଜ ଘଟଣା, ଦୁଇ ଗିରଫ

Odisha Need: ଗେଟ୍‌ବଜାର ନିକଟ ରାଧାକୃଷ୍ଣ ସାହି ମଝିରେ ଖଣ୍ଡାଧାରୀ ବ୍ୟକ୍ତିଙ୍କ ଆତଙ୍କରାଜ ଘଟଣାରେ ଟାଉନ୍ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ବକେୟା ଟଙ୍କା ଆଦାୟକୁ ନେଇ ସାହିର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ପୁଲିସ ତଦନ୍ତରୁ ଜଣାପଡିଛି ପଡିଛି। ପୁଲିସ ଉଭୟ ପକ୍ଷର ଦୁଇ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନେମାନେ ହେଲେ ରାଧାକୃଷ୍ଣ କେନାଲ ସାହିର କାହ୍ନୁ ଡାକୁଆ(୪୦) ଓ ହିଞ୍ଜିଳିକାଟୁ ସାରୁ ଗ୍ରାମର କାହ୍ନା ଡାକୁଆ(୩୦)। 

ସୂଚନାପ୍ରକାରେ, ସାରୁ ଗ୍ରାମର କାହ୍ନାଙ୍କ ପରିବାର ଲୋକେ କୌଣସି କାମରେ ରାଧାକୃଷ୍ଣ ସାହିର କାହ୍ନୁଙ୍କ ପରିବାର ଲୋକଙ୍କୁ ଟଙ୍କା ଧାର୍ ଦେଇଥିଲେ। ବକେୟା ଟଙ୍କା ପାଇଁ ବାରମ୍ବାର କହିବା ପରେ କାହ୍ନୁଙ୍କ ପରିବାରଲୋକେ ତାଙ୍କୁ ଟଙ୍କା ଫେରାଇନଥିଲେ। କାହ୍ନାଙ୍କ ବାପା ଓ ଜ୍ବାଇଁ ମିଶି ରବିବାର ଅପରାହ୍‌ଣରେ ରାଧାକୃଷ୍ଣ ସାହିରେ ପହଞ୍ଚି କାହ୍ନୁଙ୍କ ଘର ନିକଟକୁ ଯାଇଥିଲେ। 

ସେମାନଙ୍କୁ ଦେଖି କାହ୍ନୁ ଗାଳିଗୁଲଜ କରିବା ସହ ହଠାତ୍ ଏକ ଖଣ୍ଡା ଆଣି ଆକ୍ରମଣ କରିବାକୁ ଗୋଡାଇଥିଲେ | ଖଣ୍ଡା ଚୋଟରେ କାହ୍ନା ଓ ତାଙ୍କ ବାପା ଆହତ ହୋଇଥିଲେ। କାହ୍ନୁ ଖଣ୍ଡା ଧରି ସାହିରେ ଆତଙ୍କରାଜ ଖେଳାଉଥିବାର ଭିଡ଼ିଓ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ପୁଲିସ ସାହିରେ ପହଞ୍ଚି ଅଭିଯୁକ୍ତ କାହ୍ନୁଙ୍କୁ ଗିରଫ କରିଥିଲା। ସେହିପରି କାହ୍ନା ଓ ତାଙ୍କ ପରିବାର ଲୋକେ କାହ୍ନୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପରେ ପୁଲିସ କାହ୍ନାକୁ ଗିରଫ କରିଛି ।

Add Zee News as a Preferred Source
About the Author